ଭାରତୀୟ ଆଦିବାସୀ ପକ୍ଷରୁ ୭ଦଫା ଦାବି ପୂରଣ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ବାଲେଶ୍ୱର, (ସରୋଜ ପଣ୍ଡା):ସାତ ଦଫା ଦାବି ପୂରଣ ନେଇ ଭାରତୀୟ ଆଦିବାସୀ ଭୂମିଜ ସମାଜ,ବାଲେଶ୍ଵର ଶାଖା ପକ୍ଷରୁ ଆଜି ପୋଲିସ ଲାଇନ ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।ଜିଲ୍ଲା ସଭାପତି ଜଗନ୍ନାଥ ସିଂ ଙ୍କ ନେତୃତ୍ବରେ ଏହି ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ ଅନୁଷ୍ଠିତ ହୋଇଥିଲା।ତେବେ ଦାବି ଗୁଡ଼ିକ ମଧ୍ୟରୁ ଭୂମିଜ ଭାଷାରେ ବହୁଭାଷୀ ଶିକ୍ଷକ ନିଯୁକ୍ତି,ଭୂମିଜ୍ ଭାଷାକୁ ୨ୟ ସରକାରୀ ଭାଷାରେ ମାନ୍ୟତା ପ୍ରଦାନ, ଭୂମିଜ ଭାଷାକୁ ଅଷ୍ଟମ ଅନୁସୂଚିରେ ସାମିଲ କରିବା, ଭୂମିଜ ସଂସ୍କୃତିକୁ ସୁରକ୍ଷା କରିବା,ଭୂମିଜ ମାନଙ୍କର ପୂଜାସ୍ଥଳୀ ଗୁଡ଼ିକର ସୁରକ୍ଷା ଓ ବିକାଶ କରିବା,ସାଂସ୍କୃତିକ ସଂଗ୍ରହାଳୟ ନିର୍ମାଣ କରିବା ଆଦି ପ୍ରମୁଖ ଦାବି କରିଥିଲେ।ପରେ ଏକ ପ୍ରତିନିଧି ଦଳ ସଭାପତି ଜଗନ୍ନାଥ ସିଂ ଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସାତ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ