୧୨୧ତମ ପଦ୍ମଶ୍ରୀ ଡ଼: ସତ୍ୟନାରାୟଣ ରାଜୁଗୁରୁ ଙ୍କ ଜୟନ୍ତୀ ପାଳିତ

ପାରଲାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଜି ପାରଲାଖେମୁଣ୍ଡି ସ୍ଥିତ ଡ ସତ୍ୟନାରାୟଣ ରାଜୁଗୁରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣ ରେ ଥିବା ଡ଼ ସତ୍ୟନାରାୟଣ ରାଜୁଗୁରୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପାମାଲ୍ୟ ଅର୍ପଣ କଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟନାୟକ ଓ ୩ନ ୱଡ଼ କଉଁସର ଶ୍ରୀମତୀ ଖଗଶ୍ବରୀ ବେହେରା ,ପ୍ରଥମେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଓ ଅତିଥି ମାନେ ସହର ପରିକ୍ରମା କରି ବିଦ୍ୟାଳୟ ପରିସର ରେ ଥିବା ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଛାତ୍ରଛାତ୍ରୀ ମାନଙ୍କୁ ମିଷ୍ଟାନ ବଣ୍ଟନ କରିଥିଲେ .ଶ୍ରୀ ପଟନାୟକ ପ୍ରତିଶୁତି ଦେଇ କହିଛନ୍ତି କି ଆସନ୍ତା ବର୍ଷ ବହୁ ଧୂମଧାମ ରେ ଜୟନ୍ତୀ ପାଳନ କରିବେ ବଲି କହିଛନ୍ତି, ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ପୌର ପରିଷଦ ର ପୂର୍ବତନ ଉପାଧକ୍ଷ ଅଭିମନ୍ୟୁ ପଣ୍ଡା,କାଉଁଶଲର ବାବୁନା ବେହେରା, ପୂର୍ବତନ ଶିକ୍ଷକ ନୂୃସିଂହ ଗୌଡ଼ ସହ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ