ଚୋରି ଅଟୋ ଓ ବୁଲେଟ ଉଦ୍ଧାର
କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):କାଶୀନଗର ଥାନା ଅଂଚଳ ରେ ଦେବଦଳା ଗ୍ରାମର ଡି. ବାସୁଦେବ ରାଓ ଘର ବରଣ୍ଡାରୁ ବୁଲେଟ ଚୋରି ହୋଇଥିଲା ଥାନା କେଶ ନମ୍ବର ୭୭/୨୩ କରାଯାଇଥିଲା. ଗତ ୨୯/୦୬/୨୩ ରେ କେ. ସୀତାପୁର ଏସ ବାଙ୍କୀ ଆନ୍ନା ଙ୍କ ଘର ଆଗରୁ ମାଲ ବାହି ଅଟୋ ଚୋରି ଅଭିଯୋଗ ରେ କାଶୀନଗର ଥାନାରେ କେଶ ନମ୍ବର ୮୨/୨୩ ରେ ଦାୟର ହୋଇଥିଲା. ସେଇପରି ୧୯.୭.୨୩ କୀଡୀଗାଁ ବାଉରୀ ବାଲାଜୀଙ୍କ ଅଟୋ ୧୯.୭.୨୩ ରେ ଚୋରି ହୋଇଥିବା ନେଇ ଥାନା କେଶ ନମ୍ବର ୮୮/୨୩ କରାଯଇଥିଲା ଏହି ଦୁଇଟି ଅଟୋ ସହ ବୁଲେଟ ଗାଡି ଆନ୍ଦ୍ରପ୍ରଦେଶ କତୁରୁ ଥାନା ପୋଲିସ ଅନୁସନ୍ଧାନ କରି ଗାଡି ଉଦାର କରିବା ସହ ଚୋର ମାନଙ୍କୁ ଧରିବାରେ ସକ୍ଷମ ହୋଇ ଗାଡି ଗୁଡିକ କାଶୀନଗର ଥାନା ଅଧିକାରୀଙ୍କ ଜରିଆରେ ମାଲିକ ମାନଙ୍କୁ ଫେରାଇ ଦିଆଯାଇଛି. ଅଭିଯୁକ୍ତ ଚୋର ମାନେ କତୁରୁ ଥାନା ଏ. ଭାମିନି ପି ବିନୟ ଓ ଜଣେ ନାବାଳକ ସମ୍ପୃକ୍ତ କୋୖର୍ଟ ଚାଲାଣ କରାଯାଇଛି. ଏହି ମାନଙ୍କୁ ରିମାଂଡର ଅଣାଯାଇ କାଶୀନଗରୁ ଚୋରି ହୋଇଥିବା ସାମ୍ବାଦିକଙ୍କ ସୁପେର ସ୍ପଲେଣ୍ଡେର ଗାଡି ଓ ହାଡୁଭାଙ୍ଗି ଗ୍ରାମରୁ ଚୋରି ହୋଇଥିବା ଗ୍ଲାମର ଗାଡି ଅନୁସନ୍ଧାନ ଜାରି ରହିଛି. ଏହି ଦୁଇ ଟି ଗାଡି ଏ ପ୍ରଯ୍ୟନ୍ତ ମିଳିପାରିନାହିଁ.


