ପୂର୍ବତନ ଜିଲ୍ଲାପରିଷଦ ସଦସ୍ଯ ବୈଦ୍ୟନାଥଙ୍କ ଦେହାନ୍ତରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚା ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଞ୍ଜ ଜିଲ୍ଲାର ବାଦାମ ପାହାଡ଼ ଥାନା ଅନ୍ତର୍ଗତ କୁସୁମି ବ୍ଳକର କୁମୁଡାଶୋଳ ଗ୍ରାମର ବୈଦ୍ୟନାଥ ମହାନ୍ତ(୫୦)ଙ୍କ ଝୁଲନ୍ତା ମୃତଦେହକୁ ବାଦାମପାହାଡ ପୋଲିସ ଉଦ୍ଧାର କରିଛି ।ଘରେ କେହି ନ ଥିବାବେଳେ ଘର ଭିତରେ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତକ ହେଲେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ।ସେ ଜଣେ ଅମାୟିକ,ଭଦ୍ରକ,ମିଷ୍ଟଭାଷୀ , ପରୋପକାରୀ ବ୍ୟକ୍ତି ଥିଲେ ।ସେ ଝାଡ଼ଖଣ୍ଡ ମୁକ୍ତିମୋର୍ଚାର ଜଣେ ବରିଷ୍ଠ ସଦସ଼୍ଯ ଥିଲେ ।ତାଙ୍କ ମୃତ୍ୟୁ ଖବର ପାଇ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ଅଂଜନୀ ସୋରେନ ଶୋକ ପ୍ରକାଶ କରିଛନ୍ତି । ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।ତାଙ୍କ ମୃତ୍ୟୁରେ ବରିଷ୍ଠ ଝାମୁମୋ ନେତା ଦୁବରାଜ ନାଗ,ସୁନିଲ ମାଝୀ,ସାଲୁ କିସ୍କୁ ,ଦିଲିପ ବାରିକ,ହରି ମାଝୀ,କମଲ ମୁର୍ମୁ,ରଘୁ ହାଁସଦା,,ମଦନ ମାଝୀ,,ହେମନ୍ତ ଟୁଡୁ,ସ୍ବରୂପ ମହାନ୍ତି ,ନଗେନ୍ଦ୍ର ସୋରେନ ପ୍ରମୁଖ ରାଇରଙ୍ଗପୁର ହସ୍ପିଟାଲରେ ପହଞ୍ଚି ତାଙ୍କର ଦିବଂଗତ ସାଥୀଙ୍କୁ ଶେଷ ଦର୍ଶନ କରି ଗଭୀର ଶୋକ ପ୍ରକାଶ କରିବା ସହ ଭଗବାନ ତାଙ୍କର ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଥିଲେ ।ମର ଶରୀରରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଦେଇଥିଲେ ।ପରେ ବୈଦ୍ୟନାଥ ଙ୍କ ପୈତୃକ ଗ୍ରାମ କୁମୁଡାଶୋଳରେ ଶେଷକୃତ୍ୟ ରେ ଯୋଗ ଦେଇଥିଲେ ।


