ଡିମିରିଆ ୮ନଂ ୱାର୍ଡ ରାସ୍ତା ନିର୍ମାଣ ପାଇଁ ପ୍ରତିଶୃତି ଦେଲେ ସରପଞ୍ଚ
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ହାବଳେଶ୍ୱର ପଞ୍ଚାୟତର ଡିମିରିଆ ଗ୍ରାମର ୮ନଂ ୱାର୍ଡର ଗଡାସାହି ରାସ୍ତା ନିର୍ମାଣ ପାଇଁ ଗତକାଲି ମହିଳାମାନେ ଧାନତଳି ରୋଇ ପ୍ରତିବାଦ ଜଣାଇବା ପରେ ଆଜି ସ୍ଥାନୀୟ ସରପଞ୍ଚ ରମାକାନ୍ତ ନାୟକ ଓ ସମିତିସଭ୍ୟ ତାରିଣୀ ପ୍ରସାଦ ସେନାପତି ଉକ୍ତ ଗ୍ରାମରେ ପହଞ୍ଚି ରାସ୍ତା ନିର୍ମାଣ ପାଇଁ ମହିଳା ମାନଙ୍କୁ ପ୍ରତିଶୃତି ଦେଇଛନ୍ତି । ଗ୍ରାମର ମହିଳା ମାନଙ୍କ ଅଭିଯୋଗ ଅନୁଯାି ଗତ ୧୫ବର୍ଷରୁ ଉର୍ଦ୍ଧ ହେବ ତାଙ୍କ ସାହି ରାସ୍ତାରେ ମାଟି ମୁଠାଏ ବି ପଡିନି । ଗାଁର ପୁରୁଷ ମାନେଙ୍କ ଭିତରେ ଗୋଷ୍ଠୀ କନ୍ଦଳ ଯୋଗୁଁ ରାସ୍ତା ନିର୍ମାଣ ହୋଇ ନପାରିବାରୁ ଗାଁର ଛାତ୍ରଛାତ୍ରୀ, ଅଙ୍ଗନବାଡି ଶିଶୁ, ରୋଗୀ ମାନେ ନାନା ଅସୁବିଧା ଭୋଗ କରୁଥିବାବେଳେ ଆମ୍ବୁଲାନସ କି ଅଘ୍ନିଶମ ବାହିନୀର ଗାଡିଟିଏ ବି ଗାଁକୁ ପସିପାରିଲାନି । ତେଣୁ ମହିଳା ମାନେ ଏକଯୁଟ ହୋଇ ରାସ୍ତା ନିର୍ମାଣ ପାଇଁ ବଜ୍ର ସପଥ ନେଇତôଲେ । ସେମାନେ ଏହି କାଦୁଅ ପରିପୁର୍ଣ୍ଣ ରାସ୍ତାରେ ଧାନତଳି ରୋଇ ଏହାର ପ୍ରତିପବାଦ କରିଥିଲେ । ଏପରିକି ରାସ୍ତା ନିର୍ମାଣ ନହେଲେ ସେମାନେ ରାଜରାସ୍ତାକୁ ଓହ୍ଲାଇବା ସହିତ ଭୋଟ ବର୍ଜନ ପାଇଁ ମଧ୍ୟ ଚେତାବନୀ ଦେଇଥିଳେ । ଏହି କବର ଗଣମାଧ୍ୟମରେ ପ୍ରକାଶ ପାଇବାପରେ ଆଜି ହାବଳେଶ୍ୱର ପଞ୍ଚାୟତର ସରପଞ୍ଚ ରମାକାନ୍ତ ନାୟକ ଓ ସମିତିସଭ୍ୟ ତାରିଣୀ ପ୍ରସାଦ ସେନାପତି ଉକ୍ତ ଗ୍ରାମରେ ପହଞ୍ଚି ମହିଳା ମାନଙ୍କ ସହ ଆଲୋଚନା କରିବା ସହିତ ତୁରନ୍ତ ରାସ୍ତା ନିର୍ମାଣ ପାଇଁ ପ୍ରତିଶୃତି ଦେଇଛନ୍ତି । ଯାହାକୁନେଇ ଗ୍ରାମର ମହିଳା ମାନଙ୍କ ଭିତରେ ଖୁସି ବ୍ୟକ୍ତ କରାଯାଇଛି ।


