ପରିତ୍ୟକ୍ତ ହୋଇ ପଡିଛି ବରାଙ୍ଗଛକ ମାର୍କେଟ କମ୍ପ୍ଲେକ୍ସ
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସମଣା ପଞ୍ଚାୟତର ବରାଙ୍ଗଛକରେ ତôବା ମାର୍କେଟ କମ୍ପ୍ଲେକ୍ସ ଘରଟି ଦୀର୍ଘଦିନ ହେବ ମରାମତି ସରିଥିଲେ ବି ତାହା ଏବେ ପରିତ୍ୟକ୍ତ ହୋଇ ପଡିଛି । ଏହି ମାର୍କେଟ କମ୍ପ୍ଲେକ୍ସ ଘରଟ ଦୀର୍ଘବର୍ଷ ପୁର୍ବେ ବ୍ଲକ ପକ୍ଷରୁ ନିର୍ମାଣ ହୋଇଥିବାବେଳେ କାମର ବିଲ୍ ପେମେଣ୍ଟକୁ ନେଇ ବିବାଦ ଦେଖା ଦେବା ସହିତ ଠିକାଦାର ଘରକୁ ତାଙ୍କ ପ୍ରାପ୍ୟ ନପାଇବାରୁ ହସ୍ତାନ୍ତର କରିନଥିଲେ । କିଛି ଲୋକ ଏହି ମାର୍କେଟ କମ୍ପ୍ଲେକ୍ସ ଘରେ ଚୋରା ମଦବ୍ୟବସାୟ ଚଳାଇଥିଲେ । ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା । କିନ୍ତୁ ବର୍ତ୍ତମାନର ସରପଞ୍ଚ ଜଗବନ୍ଧୁ କାଣ୍ଡି ନିର୍ବାଚିତ ହୋଇ ଆସିବାପରେ ତାଙ୍କ ଉଦ୍ୟମରେ ୨୦୨୧/୨୨ ଆର୍ଥôକ ବର୍ଷରେ ୫ଲକ୍ଷ ଓ ୨୦୨୨/୨୩ରେ ୨ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇ ଏହାକୁ ମରାମତି କରାଯାଇଥିଲା । କାମ ସରିବାର ବର୍ଷେ ବିତି ଯାଇଥିବାବେଳେ ଗତ ୪ମାସ ତଳେ ମାନ୍ୟବର ବିଧାୟକ ମଧ୍ୟ ଏହାକୁ ଉଦଘାଟନ କରିଥିଲେ । କିନ୍ତୁ ଏବେ ଏହି ଘର ଗୁଡିକ ବୁଲା ଗୋରୁ ଗାଈଙ୍କ ଆଶ୍ରୟସ୍ଥଳ ପାଲଟିଛି । ଘର ଗୁଡିକୁ ଭଡାରେ ନେଇ ବାଣିଜ୍ୟ ବ୍ୟବସାୟ କରିବାକୁ ଅନେକ ବେକାର ଯୁବକ ଯୁବତୀ ଚାହିଁ ବସିଥିବାବେଳେ ସରପଞ୍ଚ ଏହାକୁ ଭଡା ଦେଉ ନଥିବା ଜଳଧର ନାୟକ, କିର୍ତ୍ତନ ବାରିକ, ହରିହର ଜେନା, ମୁକ୍ତେଶ୍ୱର ସା, ଗୋବରା ସେଠୀ ପ୍ରମୁଖ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ସରପଞ୍ଚଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଭଡା ଲୋକ ମିଳୁ ନାହାନ୍ତି ଆମେ କଣ କରିବୁ ବୋଲି କହୁଛନ୍ତି । ଗ୍ରାମାଞ୍ଚଳରେ ଥିବା ଏହି ଘରପାଇଁ ଅତ୍ୟଧିକ ସିକୁ୍ୟରିଟି ଅର୍ଥ ଓ ଭଡା ଦାବି କରୁଥିବାରୁ ସାଧାରଣ ଲୋକମାନେ ଏହାକୁ ନେବାକୁ ସାହାସ କରିପାରୁ ନାହୁଁ ବୋଲି କହିଛନ୍ତି ।


