ବୁଦ୍ଧଖୋଲ ଉନ୍ନୟନ ସମିତି ପକ୍ଷରୁ ସ୍ବତନ୍ତ୍ର ବୈଠକ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ନିକଟସ୍ଥ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ବୁଦ୍ଧଖୋଲର କଲ୍ୟାଣ ମଣ୍ଡପରେ ବୁଦ୍ଧଖୋଲ ଉନ୍ନୟନ ସମିତିର ଏକ ସ୍ବତନ୍ତ୍ର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକର ମୁଖ୍ୟ ଉଦେଶ୍ୟ ହେଲା ପୋଲସରା ଗ୍ରସ୍ତରେ ଫାଇଭି ଟି ସଚିବ ଆସୁଥିବା ବେଳେ ସଚିବଙ୍କୁ ବୁଦ୍ଧଖୋଲ ଶୈବପୀଠର ଉନ୍ନତି କରଣ ସକାଶେ ଅନୁରୋଧ ପତ୍ର ପ୍ରଦାନ ନେଇ ସ୍ଥିର ହୋଇଥିଲା। ଉକ୍ତ ବୈଠକ ବୁଦ୍ଧଖୋଲ ଉନ୍ନୟନ ସମିତି ସଭାପତି ତଥା ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ବୁଦ୍ଧଖୋଲ ଶୈବପୀଠର ଉନ୍ନତି ଓ ସୌନ୍ଦର୍ଯ୍ୟ କରଣ ପାଇଁ ବୁଗୁଡା ଆରଡି ରୋଡ଼ ଠାରୁ କତକଲା ଦେଇ ବୁଦ୍ଧଖୋଲ ଗେଟ୍ ପର୍ଯ୍ୟନ୍ତ ଏକ ବାଇପାସ୍ ରୋଡ ନିର୍ମାଣ, ହିଲଟପ ରାସ୍ତାର ପାର୍ଶ୍ବରେ ସୁରକ୍ଷା କାନ୍ଥ ନିର୍ମାଣ, ଗଙ୍ଗା ସରୋବରର ସୌନ୍ଦର୍ଯ୍ୟ କରଣ, ମନ୍ଦିର ଉପର ଦେଶରେ ଯାତ୍ରୀ ବିଶ୍ରାମଗାର ନିର୍ମାଣ, ଯାତ୍ରୀଙ୍କ ପାଇଁ ସୁଲଭ ସୌଚାଳୟ ନିର୍ମାଣ, ମନ୍ଦିର ପାର୍ଶ୍ଵରେ ପାର୍କିଂର ଉନ୍ନତି କରଣ, ମନ୍ଦିର ପାର୍ଶ୍ଵ ଅଞ୍ଚଳକୁ ସୌନ୍ଦର୍ଯ୍ୟ କରଣ କରିବା, ଆଲୋକି କରଣ ବ୍ୟବସ୍ଥା କରିବା, ବୁଦ୍ଧଖୋଲ ମନ୍ଦିର ଠାରୁ ସିଦ୍ଧ ଗୁମ୍ଫା ପର୍ଯ୍ୟନ୍ତ କଚ୍ଚା ରାସ୍ତାକୁ ପକା ରାସ୍ତା କରିବା ସହିତ ମନ୍ଦିର ପାଦ ଦେଶରୁ ମନ୍ଦିର ପର୍ଯ୍ୟନ୍ତ ଏକ ରୋପ୍ ୱେ ନିର୍ମାଣ କରିବା ଆଦି ପ୍ରସ୍ତାବ ଗୃହୀତ ହୋଇଥିଲା। ଏହି ସବୁ ପ୍ରକଳ୍ପ ଗୁଡିକ ସଚିବଙ୍କୁ ୨୬ ତାରିଖ ଦିନ ପ୍ରଦାନ କରିବା ପାଇଁ ଏକ ସ୍ବତନ୍ତ୍ର ଟିମ ବିଧାୟକ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଗଠନ ହୋଇଥିଲା। ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ଦାସ ପରିଚାଳନା ଦାୟିତ୍ବ ଗ୍ରହଣ କରିଥିବା ବେଳେ କାର୍ଯ୍ଯକାରୀ ସଭାପତି ଧରଣୀଧର ପଣ୍ଡା, ବ୍ଳକ ବିଜେଡ଼ି ସଭାପତି ମଦନ ଗୋପାଳ ଦୋରା, ସାଂସଦ ପ୍ରତିନିଧି କବିରାଜ ଗୌଡ, କେ. ନିଳମାଧବ ଆଚାରୀ ପ୍ରମୁଖଙ୍କ ସମେତ ବହୁ ସଦସ୍ୟ ବୈଠକରେ ଯୋଗଦେଇଥିଲେ।କୋଷାଧ୍ୟକ୍ଷ କେ. ତ୍ରିଲୋଚନ ଦୋରା, ଯୁଗ୍ମ ସମ୍ପାଦକ ଗଙ୍ଗାଧର ବିଷୋୟୀ, କାର୍ଯ୍ଯକାରୀ ସମ୍ପାଦକ ମନୋଜ କୁମାର ମହାନ୍ତି, ସ୍ଥାନୀୟ ସରପଞ୍ଚ ପ୍ରତିନିଧି ସନ୍ତୋଷ ସେଠୀ , ସମିତିସଭ୍ୟାଙ୍କ ପ୍ରତିନିଧି ସିମାଞ୍ଚଳ ନନ୍ଦ, ସୁବତ୍ର ରାଖଲ ଦାସ ପ୍ରମୁଖ ସହଯୋଗ କରିଥିଲେ।ପରିଶେଷରେ ସମ୍ପାଦକ ବିଶ୍ବମୋହନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ