ବିଭିନ୍ନ ଦାବିକରି ବାଲେଶ୍ଵର ଶାଖା ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ବାଲେଶ୍ୱର, (ସରୋଜ ପଣ୍ଡା):ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଓଡ଼ିଶା ରାଜ୍ୟ ଉଜ୍ଜ୍ବଳା ଦିଦି ସଂଘ ବାଲେଶ୍ଵର ଜିଲ୍ଲା ତରଫରୁ ବିଭିନ୍ନ ଦାବି ନେଇ ଆଜି ବାଲେଶ୍ୱର ରେଳ ଷ୍ଟେସନ ନିକଟରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ଧାରଣା ଅନୁଷ୍ଠିତ ହୋଇଥିଲା।ଦାବି ଗୁଡ଼ିକ ମଧ୍ୟରୁ ସମସ୍ତ ଉଜ୍ଜଳା ଦିବିମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଗାଇ ଦିଆଯିବା, ଉଜ୍ଜ୍ଵଳା ଦିଦିମାନଙ୍କୁ କର୍ମ ନିଯୁକ୍ତି ଯୋଜନାରେ ସାମିଲ କରିବା ସହ ପାରିଶ୍ରମିକ ଯୋଗାଇ ଦିଆଯିବା ଆଦି ଦାବି କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଉଜ୍ଜଳା ଦିବି ସଂଘର ରାଜ୍ୟ ସଂଯୋଜିକା ବୀଣାପାଣି ବେହେରା, ଭାରତୀୟ ମଜଦୁର ସଂଘର ରାଜ୍ୟ କମିଟି ସଦସ୍ୟ ବସନ୍ତ କୁମାର ସାହୁ, ଭାରତୀୟ ମଜଦୁର ସଂଘ ରାଜ୍ୟ ସଭାପତି ପୃଥ୍ୱୀରାଜ ପଣ୍ଡା, ବାଲେଶ୍ବର ଜିଲ୍ଲା ସମ୍ପାଦକ ଅରୂପ କୁମାର ନାୟକ, ଓଡ଼ିଶା ରାଜ୍ୟ ଉଜ୍ଜଳା ଦିଦି ସଂଘ ବାଲେଶ୍ଵର ଜିଲ୍ଲାର ସଭାପତି ସଂଧାରାଣୀ, ଚନ୍ଦ୍ରମଣୀ ସେଠୀ, ସଙ୍ଘମିତ୍ରା ସାହୁ, ବିଷ୍ଣୁପ୍ରିୟା ଦାସ, ଝୁନିରାଣୀ ମହାଳିକ, ସୁଷମା ପ୍ରଧାନ ଉତ୍କଳା ଦିଦିମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିବା ସହ କାର୍ଯ୍ୟକ୍ରମର ନେତୃତ୍ବ ନେଇଥିଲେ ।ପରେ ଏକ ପ୍ରତିନିଧି ଦଳ ମହାମହିମ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ