ଧାରାଶ୍ରାବଣ ରେ ମରୁଡି ର ପଦଧ୍ୱନି

ନିମାପଡ଼ା, (ସନ୍ତୋଷ ଦାଶ):ଆବଶ୍ୟକୀୟ ବର୍ଷା ଅଭାବ ରୁ ପୁରୀ ଜିଲ୍ଲା ନିମାପଡା ବ୍ଲକ ରେ ଧାରାଶ୍ରାବଣ ମାସରେ ଚାଷଜମି ସବୁଜ ରଙ୍ଗ ହେବା ପରିବର୍ତ୍ତେ ହଳଦିଆ ରଙ୍ଗ ଧାରଣ କଲାଣି। ମୌସୁମୀ ର ଲୁଚକାଳି ଖେଳ ସାଙ୍ଗ କୁ ଅଭାବୀ ବର୍ଷା ଯୋଗୁଁ ଚାଷୀ ମାନେ ଏବେ ଚିନ୍ତା ରେ। ବନ୍ଧ ଗାଡିଆ, ପୋଖରୀ, ଶୁଖିଲା ପଡିଛି।ପ୍ରଥମ ରୁ ଅଭାବୀ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ଧୀମା ପଡିଥିଲା।ଲଘୁଚାପ ଜନିତ ବର୍ଷା ରେ ଧାନ ରୁଆ ବେଉଷଣ କାମ ଆଗେଇ ଚାଲିଥିବା ବେଳେ ପୁଣି ବର୍ଷା ଉଭାନ ହୋଇଯିବା ଚାଷୀ ର ଚିନ୍ତାକୁ ବଢ଼େଇ ଦେଇଛି।ପାଣି ଅଭାବ ରୁ ଧାନ ରୁଆ ବେଉଷଣ କାର୍ଯ୍ୟ ଧିମେଇ ଯାଇଛି।ସେପଟେ ରୁଆ ହୋଇଥିବା ଜମି ସବୁ ପାଣି ଅଭାବ ରୁ ଫାଟି ଆଁ କଲାଣି ।ଯାହାକୁ ନେଇ ଚାଷୀ ର ଚିନ୍ତା ବଡ଼ିବାରେ ଲାଗିଛି। ଖେଲାର, ବାମନାଳ, ବଳଙ୍ଗା,ଚାରିଛକ, ତମ୍ପାଳୋ,ପ୍ରଭୁତି ଅଞ୍ଚଳ ରେ ଚାଷ କାର୍ଯ୍ୟ ପାଇଁ ପାଣି ସମସ୍ୟା ଲାଗିରହିଛି। ଯଦିଓ କେନାଲ ରେ ଜଳସେଚନ ବିଭାଗ ପାଣି ଛାଡ଼ିଛି ତାହା ଯଥେଷ୍ଟ ହୋଇ ନଥିବାରୁ କେନାଲ ଶୋଠ କୁ ଉଠୁନାହିଁ। କେନାଲ ସଫେଇ ନିମ୍ନ ମାନର କରାଯାଇଥିବା ଯୋଗୁଁ କେନାଲ ର ଶେଷ ମୁଣ୍ଡ ପର୍ଯ୍ୟନ୍ତ ପାଣି ପହଞ୍ଚି ପାରୁନାହିଁ। ଖୁବ ଶୀଘ୍ର ଯଦି ବର୍ଷା ନହୁଏ ନିମାପଡ଼ା ବ୍ଲକ ର ଅଧିକାଂଶ ଗ୍ରାମ ରେ ମରୁଡି ହେବାର ସମ୍ଭାବନା କୁ ଏଡାଇ ଦିଆଯାଇନପାରେ ବୋଲି ଚାଷୀ ମାନେ କହୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ