ଶ୍ରାବଣୀ ଉପକର୍ମ ରକ୍ଷାବନ୍ଧନ ପର୍ବ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଦୟାନନ୍ଦ ସେବାଶ୍ରମ, ବାଲିଆ ଓ ଆର୍ଯ୍ୟସଂସ୍କୃତି ପରିଷଦ, ମଣିକୁଣ୍ଡାର ମିଳିତ ଆନୁକୂଲ୍ୟରେ ରକ୍ଷାବନ୍ଧନ ଠାରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ଯ୍ୟନ୍ତ ବେଦଜ୍ଞାନ ଓ ଯଜ୍ଞର ଶୁଭ ଉଦଘାଟନ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ହୋମ ଘୃତ ଯଜ୍ଞରେ ଯଜ୍ଞଘୃତ ଆହୁତି ପ୍ରଦାନ କରିଥିଲେ ବାବାଜୀ ଚରଣ ସ୍ୱାଇଁ ଓ ଧର୍ମପତ୍ନୀ ବିଜୟଲକ୍ଷ୍ମୀ ସ୍ୱାଇଁ । ଉଦଘାଟନୀ ଉତ୍ସବରେ ସମାଜସେବୀ ଇଂ ମୂରଲୀଧର ସେଠୀ ଓ ଉତ୍କଳ ସମ୍ମିଳନୀର ଜିଲ୍ଲା ସଭାପତି ସୁଦର୍ଶନ ମହାପାତ୍ର ପ୍ରମୁଖ ଯୋଗଦେଇ ଯଜ୍ଞରେ ଆହୁତି ପ୍ରଦାନର ମଣିଷ ଜାତିର ଉପକାରିତା ଉପରେ ମତ ପ୍ରଦାନ କରିଥିଲେ । ମଦନମୋହନ ଆର୍ଯ୍ୟାଙ୍କ ପରିଚାଳନାରେ ସୁବାଷ ଚନ୍ଦ୍ର ଖୁଣ୍ଟିଆ ଓ ସଭାପତି ନିମାଇଁ ଚରଣ ଜେନାଙ୍କ ଆହ୍ୱାନରେ ପଇତା, ରାକ୍ଷୀ ଅଭିମନ୍ତ୍ରିତ କରାଯାଇ ସମସ୍ତଙ୍କୁ ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମୀପ୍ରିୟା ପ୍ରଧାନ, ଉର୍ମୀଳା ଆର୍ଯ୍ୟା, ରଞ୍ଜନ କୁମାର ଦାସ, ନିତ୍ୟାନନ୍ଦ ସାହୁ, ନରେନ୍ଦ୍ର କୁମାର ସ୍ୱାଇଁ, ମହେଶ୍ୱର ରାଉତ, ଚିତ୍ତରଞ୍ଜନ ରାଉତ, ଝୁନିଲତା ଜେନା, ସୁଦର୍ଶନ ବେହେରା, ମାଗୁଣି ଚରଣ ସେଠୀ ପ୍ରମୁଖ ଚରୁଅନ୍ନ ସହ ସାକଲ୍ୟ ପ୍ରଦାନ କରିଥିଲେ । ଶେଷରେ ସମସ୍ତଙ୍କୁ ପ୍ରସାଦ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ