ଥାନା ଅଧିକାରୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନାରେ କାର୍ଯ୍ୟ କରୁଥିବା ତପନ ପ୍ରଧାନଙ୍କ ବଦଳି ହେବାପରେ ପଦବୀଟି ଖାଲି ପଡିଥିଲା। ଭାରପ୍ରାପ୍ତ ଅଧିକାରୀ ଭାବେ ଇଭାରାଣୀ ପରିଡା ଦାୟିତ୍ୱ ତୁଲାଉଥିବା ବେଳେ ଏବେ ନୂତନ ଥାନା ଅଧିକାରୀ ଭାବେ ଅଜୟ ସୁଦର୍ଶନ ଵାଗେ ଦାୟିତ୍ବ ଗ୍ରହଣ କରିଛନ୍ତି।୨୦୧୦ ମସିହାରୁ ସେ ଯଶିପୁର, ଠାକୁରମୁଣ୍ଡା, ଖୁଣ୍ଟା, ବାରିପଦା ସଦର, ବାରିପଦା ଟାଉନ ଓ ରାଇରଙ୍ଗପୁର ଥାନାରେ ସଫଳତାର ସହିତ କାର୍ଯ୍ୟ କରିଛନ୍ତି। ବଦଳି ପ୍ରକ୍ରିୟାରେ ଜିଲ୍ଲାକୁ ୮ରୁ ଅଧିକ ନୂତନ ଅଧିକାରୀ ମାନେ ଆସିଥିବା ବେଳେ ତନ୍ମଧ୍ୟରୁ ଶ୍ରୀ ବାଗେଙ୍କୁ ଭଣ୍ଡାରିପୋଖରୀ ଥାନା ଆଇଆଇସି ଭାବେ ନିଯୁକ୍ତି ମିଳିଥିବା ଜଣାପଡିଛି।ନୂତନ ଅଧିକାରୀଙ୍କୁ ଥାନା ପକ୍ଷରୁ ଇଭାରାଣୀ ପରିଡା,ଵୈଦନାଥ ସୋରେନ,ଭାନୁ ଚରଣ ସିଂ,ଵିଜୟ କୁମାର ନାୟକ,ରତିକାନ୍ତ ଵେହେରା,ଲକ୍ଷ୍ମଣ ରାଉତ,ଵୃଦ୍ଧିରାମ କୁର୍ତି ପ୍ରମୁଖ ପୁଷ୍ପ ଗୁଚ୍ଛ ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି।