କଲେଜକୁ ଜମି ପଟ୍ଟା ପ୍ରଦାନ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ନାଆମୀ ମହାବିଦ୍ୟାଳୟକୁ ଆଜି ତହସିଲ କାର୍ଯ୍ୟାଳୟ ଠାରେ ଜମି ପଟ୍ଟା ପ୍ରଦାନ କରାଯାଇଛି। ତହସିଲଦାର ସରୋଜକାନ୍ତ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗଦେଇ କଲେଜ ଅଧ୍ୟକ୍ଷ ବିନୋଦ ବିହାରୀ ନାୟକଙ୍କୁ ୯ଏକର ପରିମିତ ଜମି ପଟ୍ଟା ପ୍ରଦାନ କରିଥିଲେ। କଲେଜକୁ ପ୍ରଦାନ କରାଯାଇଥିବା ୯ଏକର ଜାଗା ଭିତ୍ତିଭୂମି ବିକାଶ ଦିଗରେ ସହାୟକ ହୋଇ ପାରିବ ବୋଲି ବିଧାୟକ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ଜିଲ୍ଲା ପରିଷଦ ସଭ୍ୟ ବଦ୍ରୀ ରାଉତ, ଲକ୍ଷ୍ମୀଧର ସାହୁ, ନାଆମୀ ସମିତି ସଭାପତି ଦୀପ୍ତିସୂର୍ଯ୍ୟ ବିଶ୍ୱାଳ, ସମ୍ପାଦକ ରାଜେନ୍ଦ୍ର ଖଣ୍ଡାଇ, ସମିତିସଭ୍ୟ ସନ୍ତୋଷ ନାୟକ, ରଶ୍ମିତା ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।