ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷାଫଳ ପ୍ରକାଶିତ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍): ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି (ଏନ.ଆର.ଟି.ଏସ)ପରୀକ୍ଷାଫଳ ପ୍ରକାଶିତ ହୋଇଛି । ଏôତରେ ଜପିଦାସ ବିଦ୍ୟାମନ୍ଦିର ବଡରମ୍ପାସର ପ୍ରକାଶ କୁମାର ଧଳ ୮୯ମାର୍କ ରଖି ପ୍ରଥମସ୍ଥାନ ହାସଲ କରିଥିବାବେଳେ ଟି.ଏମ.ଏକାଡେମୀ ଡଅଁର ସଞ୍ଜିବନୀ ନାୟକ ୭୯ମାର୍କ ରଖି ଦ୍ୱିତୀୟ, ମୁଗୁପୁର ଗାର୍ଲସ ହାଇସ୍କୁଲର ଦିବ୍ୟାଶା ସାହୁ ୭୬ମାର୍କ ରଖି ତୃତୀୟ ସ୍ଥାନ ହାସଲ କରିଛନ୍ତି । ସେହିପରି ଏମସି ବିଦ୍ୟାମନ୍ଦିର ନନ୍ଦିପଦା ହାଟର ଜ୍ୟୋତିଶ୍ରୀ ଦାସ (୭୬), ହାଟଡିହି ହାଇସ୍କୁଲର ସୁଜଲ କୁମାର ଶାସିନି (୭୪), ମାଳତୀଦେବୀ ଗାର୍ଲସ ହାଇସ୍କୁଲର ମନସ୍ୱିତା ମହାଳିକ (୭୩), ବାଲିବରେଇ ହାଇସ୍କୁଲର ଗୀତାଞ୍ଜଳୀ ବେହେରା, ଗଡଚଣ୍ଡୀ ହାଇସ୍କୁଲ ସୁନ୍ଦରାପାଳର ମାର୍ତ୍ତମ ଶୁଣ୍ଢି , ଭାନୁପ୍ରଭା ହାଇସ୍କୁଲ ଜମ୍ଭରାର ସାଇ ଦୁର୍ଲଭ ଜେନା,ଆର.ବି ହାଇସ୍କୁଲ ଷଡଙ୍ଗର ଦେବାହୁତୀ ଜେନା ପ୍ରମୁଖ କୃତ୍ତିତ୍ୱ ହାସଲ କରିଛନ୍ତି । ଏହି ଛାତ୍ରଛାତ୍ରୀ ମାନଙ୍କୁ ଦୁଇବର୍ଷ ପର୍ଯ୍ୟନ୍ତ ମାସିକ ୨୫୦ଟଙ୍କା ହିସାବରେ ବୃତ୍ତି ପ୍ରଦାନ କରାଯିବ ।


