ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ ଉତ୍ସବ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ
ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ ଉତ୍ସବ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତକୋଣାର୍କ (ଗଣେଶ ଚନ୍ଦ୍ର ବେହେରା) କୋଣାର୍କ -ପୁରୀ ଵେଳା ଭୂମି ମାର୍ଗ ରାସ୍ତାର ସାହୁଖଣତା ସନ୍ନିକଟ ବେଳାଭୂମି କୂଳରେ ଆୟୋଜିତ ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ ଉତ୍ସବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଖଵରୁ ପ୍ରକାଶ ଯେ , ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କୋଣାର୍କ ହେଲିପ୍ୟାଡ ଠାରେ ୪ଘଟିକା ସମୟରେ ପହଂଚିଵା ପରେ ସେଠାରେ ରାଜ୍ୟ ପର୍ୟ୍ୟଟନ ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ରାଜ୍ୟ କ୍ରୀଡା ଓ ଯୁବ ସେବା ଓ ଆଇଟି ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା, ପର୍ଯ୍ୟଟନ ବିଭାଗ ସଚିବ ବିଶାଳ ଦେବ, ରାଜ୍ୟ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦଵ, ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ, ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା ଶ୍ରୀ ମୟୀ ମିଶ୍ର ପ୍ରମୁଖ ମୁଖ୍ୟମନ୍ତ୍ରୀ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।

ପରେ ପରେ କଡା ସୁରକ୍ଷା ଵଳୟ ମଧ୍ୟରେ ଇକୋ ରିଟ୍ରିଟ ଉତ୍ସବ ସ୍ଥଳୀ ରେ ୪ଘଟିକା ସମୟରେ ପହଂଚି ପର୍ଯ୍ୟଟକ ବିଶ୍ରାମା ଗାର, ଵିଳାସ ପୂର୍ଣ କଟେଜ, ଫୁଡ ଷ୍ଟଲ ଓ ସାଂସ୍କୃତିକ ମଣ୍ଡପ ପ୍ରଭୃତିଙ୍କୁ ଉଦଘାଟନ କରିଥିଲେ। ପରେ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଵିଭିନ୍ନ ଷ୍ଟଲ ଵୁଲି ଦେଖିଥିଲେ। ଏହି ମହୋତ୍ସବ ସମୁଦ୍ର କୂଳରେ ମନୋରମ ପରିବେଶ ମଧ୍ୟରେ ପ୍ରଥମ ଥର ପାଇଁ ଗୁଜୁରାଟ ର ରାନ ମହୋତ୍ସବ ଢାଞ୍ଚା ରେ ଇକୋ ରିଟ୍ରିଟ ମହୋତ୍ସବ ଆୟୋଜନ କରାଯାଇଛି। ଉଜ୍ଜ୍ବଳ ଆଲୋକ ମାଳା, ଵିଳାସ ପୂର୍ଣ କଟେଜ ଫୁଡ ଷ୍ଟଲ, ପାରା ମୋଟର, ପାରା ସିଂଲିଗ, ରଂଗା ରଂଗ ସାଂସ୍କୃତିକ କାର୍ଯ୍ୟକ୍ରମ ସାଂଗ କୁ ଜଳ କ୍ରୀଡ଼ା ର ମଜା ନେଉଥିବା ଦୃଶ୍ୟ ଵେଶ ମନୋରମ ପରିବେଶ ସୃଷ୍ଟି କରିଥିଲା ।

ଉଦଘାଟନୀ ସନ୍ଧ୍ୟା ରେ ଭାରତ ତଥା ଭାରତ ବାହାରୁ ୫୦ଗୋଟି ବିଳାସ ପୂର୍ଣ କଟେଜ ମଧ୍ୟରୁ ୨୦ ଗୋଟି କଟେଜ ବୁକିଂ କରାଯାଇଥିବା ବେଳେ ଏହି ମହୋତ୍ସବ ଦେଖିବାକୁ ପର୍ଯ୍ୟଟକ ମାନଙ୍କ ଆଶାତୀତ ଭିଡ ପରିଲକ୍ଷିତ ହୋଇଛି। ଏହି ଅବସରରେ ରାଜ୍ୟ ହସ୍ତଶିଳ୍ପ କାରିଗରମାନଙ୍କ ଦ୍ଵାରା ହସ୍ତ ଶିଳ୍ପ ହସ୍ତତନ୍ତ ସାମଗ୍ରୀ ର ୧୦ଗୋଟି ଷ୍ଟଲ ପକାଯାଇ ହସ୍ତଶିଳ୍ପ ସାମଗ୍ରୀ ଗୁଡିକୁ ପ୍ରଦର୍ଶିତ କରାଯାଇ ଥିଲା। ଏହି ମହୋତ୍ସବ ନିମନ୍ତେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୪କୋଟି ୨୮ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ମହୋତ୍ସବ ଜାନୁଆରୀ ୩୧ ତାରିଖ ରେ ଉଦଯାପିତ ହେବାର କାର୍ଯ୍ୟକ୍ରମ ରହିଛି। ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ନେତୃତ୍ୱରେ ୧୦ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇ ମହୋତ୍ସବ ସ୍ଥଳୀ ରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ଏହି ମହୋତ୍ସବ କୁ ପର୍ଯ୍ୟଟନ ବିଭାଗ ସଚିବ ବିଶାଳ ଦେବ, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦଵ, ଯୁଗ୍ମ ନିର୍ଦ୍ଦେଶକ ଉପ୍ତଳ କୁମାର ପତି, ସହକାରୀ ନିର୍ଦ୍ଦେଶକ ବିଜୟ କୁମାର ଜେନା, ସୁନିଲ କୁମାର ପଟ୍ଟନାୟକ, ବରିଷ୍ଠ ଅଧିକାରୀ ରତିକାନ୍ତ ପଟ୍ଟନାୟକ ଓ କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜ କାନ୍ତ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ।


