ଛାତ୍ର ନେତା ମହେଶ ଙ୍କୁ ଯୁବ କଂଗ୍ରେସ ଗଣମାଧ୍ୟମ ସଂଯୋଜକ ଦାୟିତ୍ୱ

ଛତ୍ରପୁର, (ଦେବଦତ୍ତ ମହାରଣା):ଓଡିଶା ପ୍ରଦେଶ ଯୁବ କଂଗ୍ରେସ ସାମାଜିକ ଗଣମାଧ୍ୟମ ବ୍ରହ୍ମପୁର ଲୋକସଭା ମଣ୍ଡଳୀ ସଂଯୋଜକ ରୂପେ ଛାତ୍ର ନେତା ମହେଶ କୁମାର ଗୌଡ଼ ଙ୍କୁ ଦାୟିତ୍ଵ ଅର୍ପଣ କରାଯାଇଛି। ଛାତ୍ର ରାଜନୀତି ରୁ ଜଣେ ସୁ ସଂଗଠକ ଭାବେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ରେ ଛାତ୍ର ଓ ଯୁବକ ମାନଙ୍କୁ ସଂଗଠିତ କରି ଦଳକୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଉକ୍ତ ଦାୟିତ୍ଵ ପ୍ରଦାନ କରିଥିବାରୁ ପିସିସି ସଭାପତି ଶରତ ପଟ୍ଟନାୟକ, ରାଜ୍ୟ ଯୁବ କଂଗ୍ରେସ ଗଣମାଧ୍ୟମ ସେଲ୍ ଚେୟାରମେନ୍ ଜଗତ ଜୀବନ ମହାନ୍ତି, ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନା, ରାଜ୍ୟ ଅନୁସୂଚିତ୍ ସେଲ୍ ସଂଯୋଜକ ଭାଗିରଥି ବେହେରା, ଛତ୍ରପୁର ବ୍ଲକ ସଭାପତି ଅବନୀ ଶତପଥୀ ଏବଂ ସମସ୍ତ କଂଗ୍ରେସ କାର୍ଯ୍ୟକର୍ତ୍ତା ଙ୍କୁ ସେ ଧନ୍ୟବାଦ୍ ଅର୍ପଣ କରିଛନ୍ତି।ଆଗାମୀ ଦିନରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ କଂଗ୍ରେସ ସାମାଜିକ ଗଣମାଧ୍ୟମ ସେଲ୍ କୁ ସୁଦୃଢ଼ କରି କଂଗ୍ରେସ ଦଳର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରାଯିବ ବୋଲି ମହେଶ କୁମାର ଗୌଡ଼ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ