ବିଭିନ୍ନ ସ୍ଥାନ ରେ ପୂଜା ପାଇଲେ ଗଜାନନ
ମୋହନା, (ଅଂଶୁମାନ ପଣ୍ଡା):ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥ ରେ ଅଗ୍ର ପୂଜିୟ ଗଣପତି ଙ୍କ ପୂଜା ଧୁମ ଧାମ ରେ ପାଳନ ହେଇଛି ମୋହନା ବ୍ଲକ ର ମୋହନା ଠାରେ 8ଟି ସ୍ଥାନ ଯୁବକ ସଂଘ, ପାତ୍ର ସାହି, ରାମନଗର, ନାରାୟଣ ନଗର, ପାଣ୍ଡାଛକ, ଜଗନ୍ନାଥ ମନ୍ଦିର ସାହି. ତାରିଣୀ ନଗର, ବୋଲେରୋ ଷ୍ଟାଣ୍ଡ ଭଳି ବିଭିନ୍ନ ଜାଗା ରେ ବଡ଼ ବଡ଼ ମେଡ଼ ଅନୁଷ୍ଠିତ ହେଇଛି ସନ୍ଧ୍ୟା ରେ ଆଲୋକ ରେ ଝଲକୁଛି ମେଡ଼ ଭକ୍ତ ଙ୍କ ଭିଡ଼ ଜମୁଛି ଦର୍ଶନ ପାଇଁ ସେଇପରି ବିଭିନ୍ନ ସରକାରୀ ବିଦ୍ୟାଳୟ ଶିଶୁ ବିଦ୍ୟା ମନ୍ଦିର ରେ ପୂଜା ହେଉଥିବା ବେଳେ ଅଡବା ରେ ମେଡ଼ ଦେଖିବାକୁ ଭକ୍ତ ଙ୍କ ଭିଡ଼ ଜମିଥିଲା ଚାନ୍ଦିପୁଟ ଠାରେ ମେଡ଼ ରେ ଗଣପତି ଙ୍କ ପୂଜା ସରିବା ପରେ ରାତ୍ର ରାମାୟଣ ନାଟକ ମଞ୍ଚସ୍ଥ ହେଇଛି ଚନ୍ଦ୍ରଗିରି, ବିରିକୋଟ, ପାଣିଗଣ୍ଡା, ଭଳି ବିଭିନ୍ନ ସ୍ଥାନ ରେ ପୂଜା ପାଇଛନ୍ତି ଗୌରୀ ପୁତ୍ର ଗଣେଷ ଆଖ ପାଖ ଗାଁ ଗୁଡିକ ରେ ମଧ୍ୟ ଗଣେଷ ପୂଜା ଅନୁଷ୍ଠିତ ହେଇଛି ଧୁମ ଧାମ ରେ


