ଶ୍ରୀମଦ ଭାଗବତାମ ଶିକ୍ଷାଦର୍ଶନ ପୁସ୍ତକ ଉନ୍ମୋଚିତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଅଗ୍ରପୂଜ୍ୟ ଶ୍ରୀ ଗଜାନନଙ୍କ ଚତୁର୍ଥୀ ପୂଜା ଅବସରରେ ଇଂରାଜୀ ଭାଷାରେ ଲିଖିତ ଶ୍ରୀମଦ ଭାଗବତମ ଶିକ୍ଷାଦର୍ଶନ ପୁସ୍ତକ ଉନ୍ମୋଚିତ ହୋଇଛି।ଶିକ୍ଷା ପାଠ୍ୟକ୍ରମରେ ଅନୁସନ୍ଧାନ ମୂଳକ ଗବେଷକ ତଥା ହିଞ୍ଜିଳିକାଟୁ ନେହେରୁ ମାର୍ଗ ବାସିନ୍ଦା ଅବସର ପ୍ରାପ୍ତ ଶିକ୍ଷା ପ୍ରାଧ୍ୟାପକ ଡଃ ଗଦାଧର ବେହେରା ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ଡକ୍ଟରେଟ ଡିଗ୍ରୀ ହାସଲ ସକାଶେ ଉକ୍ତ ସନ୍ଦର୍ଭଟି ଉପସ୍ଥାପିତ କରିଛନ୍ତି। ଲେଖକ ଡଃ ଗଦାଧର ବେହେରାଙ୍କ ସଂଯୋଜନାରେ ପୋୖରାଞ୍ଚଳ ପାଟଣା ସାହି ସ୍ଥିତ ଶ୍ରୀଶ୍ରୀ ଲକ୍ଷ୍ମୀନୃସିଂହ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଉନ୍ମୋଚନ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଅରବିନ୍ଦ ପଣ୍ଡା,ପ୍ରାଧ୍ୟାପକ ଡଃ ରମେଶ ଚନ୍ଦ୍ର ଚୌଧୁରୀ,ଲେଖକ ହରିହର ଚୌଧୁରୀ, ଭାଗବତ କଥା ବିତରଣ ପରିଷଦ ଟ୍ରଷ୍ଟର ସଭାପତି ଦେବାନନ୍ଦ ମହାପାତ୍ର, ଉପ ସଭାପତି ଲକ୍ଷ୍ମୀ ନାରାୟଣ ପଣ୍ଡା,କବି କିଶୋର ଚନ୍ଦ୍ର ବିଷୋୟୀ, ସାହିତ୍ୟିକ ଦେବରାଜ ସାହୁ ଏବଂ ବହୁ ସାହିତ୍ୟନୁରାଗି ଉପସ୍ଥିତ ଥିଲେ।ଏହି ଅବସରରେ ବ୍ୟାସଦେବ କୃତ ଶ୍ରୀମଦ ଭାଗବତର ଇଂରାଜୀ ଭାଷାରେ ଲିଖିତ ପୁସ୍ତକ ଶ୍ରୀମଦ ଭାଗବତମ ଶିକ୍ଷାଦର୍ଶନ ଏକ ତଥ୍ୟ ସମ୍ବଳିତ ଉପାଦେୟ ପୁସ୍ତକ ବୋଲି ଉପସ୍ଥିତ ମାନ୍ୟଗଣ୍ୟ ଅତିଥିମାନେ ଅଭିମତ ରଖିଥିଲେ।ଭାରତୀୟ ଦର୍ଶନ ଶାସ୍ତ୍ର ଉପରେ ପର୍ଯ୍ୟବେସିତ ଉକ୍ତ ପୁସ୍ତକରେ ଛାତ୍ରଛାତ୍ରୀ,ବିଦ୍ୱାନ,ଶିକ୍ଷାନୁରାଗୀ ଏବଂ ସର୍ଵ ସାଧାରଣଙ୍କ ଅଧ୍ୟୟନ ଓ ଜ୍ଞାନ ଆହରଣ ନିମିତ୍ତ ଏକ ଉପାଦେୟ ପୁସ୍ତକ ଅଟେ ବୋଲି ପ୍ରକାଶ କରିଥିଲେ।ଏହି ପୁସ୍ତକରେ ୫ଟି ଅଧ୍ୟାୟରେ ଭାରତର ଶିକ୍ଷା ବ୍ୟବସ୍ଥା,ଶାଶ୍ୱତ ଆଲୋକିତ ଦିଗରେ ପୃଥିବୀ ସୁପ୍ରତିଷ୍ଠିତ ହୋଇଥିବା ପ୍ରମୁଖ ବିଷୟ ଉପରେ ପ୍ରାଞ୍ଜଳ ଭାବରେ ଦର୍ଶାଯାଇଛି ବୋଲି ବିଶିଷ୍ଟ ବ୍ୟକ୍ତିଗଣ ଅଭିମତ ପ୍ରକାଶ କରିଥିଲେ।


