ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ କଳସ ଶୋଭାଯାତ୍ରା
ବନ୍ତ, (ଚାନ୍ଦିନୀ ମହାନ୍ତି):ପବିତ୍ର ନୂଆଖାଇ ଉତ୍ସବ ଅବସରରେ ବନ୍ତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ତାର ରଜତ ଜୟନ୍ତୀ ସମାରୋହ ପାଳନ କରିଛି । ସକାଳେ ଜଳସେଚନ କାର୍ଯ୍ୟାଳୟ ନିକଟରେ ଥିବା ଶିବ ମନ୍ଦିର ପୁଷ୍କରିଣୀ ନିକଟରୁ ମା’ ମାନେ କଳସ ଶୋଭାଯାତ୍ରାରେ ବଜାର ପରିକ୍ରମା କରିଥିଲେ । ବିଦ୍ୟାଳୟ ପରିସରରେ ଯଜ୍ଞ ଅନୁଷ୍ଠାନ ପାଳନ କରାଯାଇଥିଲା । ଏହି ଯଜ୍ଞରେ କର୍ତ୍ତା ଭାବେ ବିଦ୍ୟା ମନ୍ଦିରର ସଭାପତି ସୁରେନ୍ଦ୍ର କୁମାର ବାରିକ,କନକଲତା ବାରିକ କାର୍ଯ୍ୟ ତୁଲାଇଥିଲେ ।ଭଦ୍ରକ ଗାୟତ୍ରୀ ପରିବାରର ଆଲୋକ ରଞ୍ଜନ ମୁଖାର୍ଜୀ ଏବଂ ସନ୍ତୋଷ କୁମାର ଜେନା ମନ୍ତ୍ର ପାଠ କରିଥିଲେ । ବିଦ୍ୟା ମନ୍ଦିରର ୨୫ବର୍ଷ ପୂର୍ତ୍ତି ଅବସରରେ ଏହି କଳସ ଶୋଭାଯାତ୍ରା ବାହାରିଥିଲା । ଏଥିରେ ପ୍ରାୟ ୭୦ରୁ ଉର୍ଦ୍ଧ ମା’ ମାନେ ଭାଗ ନେଇଥିଲେ । ପ୍ରଧାନ ଆଚାର୍ଯ୍ୟ ସୁଧାଂଶୁ ଶେଖର ପଣ୍ଡାଙ୍କ ତତ୍ତ୍ୱାବଧାନରେ ପ୍ରଶାନ୍ତ କୁମାର ମହାପାତ୍ର, ସଞ୍ଜୟ କୁମାର ଲେଙ୍କା, ପ୍ରଫୁଲ୍ଲ କୁମାର ପଣ୍ଡା, ହରିହର ପାତ୍ର, ଅନନ୍ତ କୁମାର ପଲେଇ, କାନନବାଳା ରାଉତରାୟ, ପବିତ୍ରା ଶତପଥୀ, ସଞ୍ଜୁକ୍ତା ପେଡ଼ା, ଚଞ୍ଚଳା ସା, ମଞ୍ଜୁବାଳା ସାହୁ, ସସ୍ମିତା ପଣ୍ଡା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


