ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମରେ ଆଧ୍ୟାତ୍ମିକ ପକ୍ଷ ପାଳନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଦିବ୍ୟ ଜୀବନ ସଙ୍ଘ ପକ୍ଷରୁ ଅଧ୍ୟକ୍ଷା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଚଳିତମାସ ୮ତାରିଖରେ ବିଶ୍ୱ ଦିବ୍ୟଜୀବନ ସଙ୍ଘର ପ୍ରତିଷ୍ଠାତା ସଦଗୁରୁଦେବ ସ୍ୱାମୀ ଶିବାନନ୍ଦ ମହାରାଜାଙ୍କ ୧୩୬ତମ ଜୟନ୍ତୀ ଠାରୁ ୨୪ତାରିଖ ସ୍ୱାମୀ ଚିଦାନନ୍ଦ ମହାରାଜଙ୍କ ଜୟନ୍ତୀ ପର୍ଯ୍ୟନ୍ତ ଦିବ୍ୟ ଆଧ୍ୟାତ୍ମିକ ପକ୍ଷ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରତ୍ୟେହ ନଗର ସଙ୍କୀର୍ତ୍ତନ, ଗୁରୁ ପାଦପୂଜା, ଯୋଗାସନ, ଗୀତା ଓ ଭାଗବତ ପାରାୟଣ, ଅନ୍ନଯଜ୍ଞ, ନାମଯଜ୍ଞ, ଜ୍ଞାନଯଜ୍ଞ, ବୃକ୍ଷରୋପଣ, ସ୍ୱାସ୍ଥ୍ୟ ଶିବିର ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ ପ୍ରଭୃତି ସହିତ ଶିବାନନ୍ଦ ଭଜନ ଗଙ୍ଗା ପରିବେଷଣ କରାଯାଇଥିଲା । ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ୧୦୭ତମ ଜନ୍ମ ଜୟନ୍ତୀ ଓ ଏବଂ ଆଧ୍ୟାତ୍ମିକ ପକ୍ଷ ପାଳନର ଉଦଯାପନୀ ଉତ୍ସବ ଆଶ୍ରମର ପ୍ରତିଷ୍ଠାତା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ୱାମୀ ଅନିର୍ଭାନନ୍ଦ ଗିରି, ଆଚାର୍ଯ୍ୟ ବିକାଶାନନ୍ଦ ଅବଧୂତ, ସ୍ୱାମୀ ଗିରିଜାନନ୍ଦ ଗିରିଙ୍କ ସମେତ ଶତାଧିକ ସାଧୁସନ୍ଥମାନେ ଯୋଗଦେଇ ସନ୍ଥ ଶିରୋମଣି ସ୍ୱାମୀ ଶିବାନନ୍ଦ ସରସ୍ୱତୀ ଓ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ । ଆଜିର ଧ୍ୱ୍ୱଂସାଭିମୁଖୀ ସଭ୍ୟତା ଏବଂ ଅବକ୍ଷୟମୁଖୀ ସମାଜରେ ସମସ୍ତେ ସ୍ୱାମୀ ଶିବାନନ୍ଦ ସରସ୍ୱତୀ ଓ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ଉପଦେଶାବଳୀ ଏବଂ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆଧ୍ୟାତ୍ମିକ ପାଠଚକ୍ରରେ ଶ୍ରୀମା’ ପରାମର୍ଶ ଦେଇଥିଲେ । କେନ୍ଦ୍ରାପଡାର ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ ଏବଂ ଡଃ. ସିପ୍ରା ମଲ୍ଲିକ, ସାହିତ୍ୟିକ ଡଃ. ବାସୁଦେବ ଦାସ, ଶିବାନନ୍ଦ ବିଦ୍ୟାମନ୍ଦିରର ଅଧ୍ୟକ୍ଷ ଡଃ. ସୁରେନ୍ଦ୍ରନାଥ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଭାରତବର୍ଷକୁ ଆଧ୍ୟାତ୍ମିକତାର ଶୀର୍ଷରେ ପହଞ୍ଚାଇବାକୁ ସ୍ୱାମୀ ଶିବାନନ୍ଦ ଓ ସ୍ୱାମୀ ଚିଦାନନ୍ଦଙ୍କ ପ୍ରୟାସ ଏବଂ ସ୍ୱାମୀଜୀଙ୍କ ଭଲ ହୁଅ, ଭଲ କର, ଭଲ ଦେଖ ଏବଂ ଭଲ ଚିନ୍ତାକର ବାଣୀକୁ ନିଜ ଜୀବନରେ ଲଗାଇବାକୁ ଉପସ୍ଥିତ ଭଗବତ ପ୍ରେମୀମାନଙ୍କୁ ପରାମର୍ଶ ଦେଇଥିଲେ । ଏଥିସହିତ ଶ୍ରୀମା’ଙ୍କ ଉଦ୍ୟମରେ ରକ୍ତଦାନ ଶିବିର, ମାଗଣା ସ୍ୱାସ୍ଥ୍ୟ ଶିବିର, ଯୋଗ ଶିବିର ଓ ବିଭିନ୍ନ ସମୟରେ ଆଧ୍ୟାତ୍ମିକ ପାଠଚକ୍ର ମାନ ଅନୁଷ୍ଠିତ ହୋଇ ଆଜିର ଅବକ୍ଷୟମୁଖୀ ସମାଜକୁ ଏକ ନୂତନ ବାର୍ତ୍ତା ପ୍ରଦାନ କରୁଛି ବୋଲି ବକ୍ତବ୍ୟ ରଖିଥିଲେ । ଆଶ୍ରମର ଅଧ୍ୟକ୍ଷା ଶ୍ରୀମା’ ଭକ୍ତମାନଙ୍କ ଗହଣରେ ଗୁରୁଦେବଙ୍କ ପାଦପୂଜା କରିଥିଲେ । ଶ୍ରୀଧର ରାଉତ ପ୍ରାରମ୍ଭିକ ସୂଚନା ପ୍ରଦାନ ପ୍ରଦାନ କରିଥିଲେ । ଆଶ୍ରମର ସମ୍ପାଦକ ଶରତ ଚନ୍ଦ୍ର ପାତ୍ର ଆଶ୍ରମର ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ଆଶ୍ରମ ପରିସରରେ ଶିଳ୍ପୀ ଶ୍ରୀଧର କୁମାର ରାଉତଙ୍କ ଦ୍ୱାରା ନିର୍ମିତ ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଚ୍ଚିଦାନନ୍ଦ ଜେନା, ଗଗନବିହାରୀ ଜେନା, ଗୈାରାଙ୍ଗ ଚରଣ ସାହୁ, ରବିନ୍ଦ୍ର ନାରାୟଣ ରାୟ, ଭଗବାନ ପତ୍ରି, ବିକ୍ରମ ପରିଡା, କୁଳମଣୀ ନାୟକ ପ୍ରମୁଖ ଗୁରୁଦେବଙ୍କ ଉଦେଶ୍ୟରେ ଭକ୍ତିପୁଷ୍ପ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଧର କୁମାର ମହାନ୍ତି, ଶିକ୍ଷାବିତ ମନୋରଞ୍ଜନ ତ୍ରିପାଠୀ, ଶରତ କୁମାର ବରାଳ, ଅମୂଲ୍ୟ କୁମାର ସାମନ୍ତ, ଅଧ୍ୟାପକ ମୃତ୍ୟୁଞ୍ଜୟ ମହାନ୍ତି, କୁଳମଣି ଦାସ, ରଜନୀକାନ୍ତ ଦାସ, ଶିବାନନ୍ଦ ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ ଓ ଗୁରୁମା, ଆଳିଜଙ୍ଗା ମାତୃ ମଙ୍ଗଳ ସମିତି, ଚାରିନଙ୍ଗଳ ସତସଙ୍ଗ ସମିତି, ନିଆଳ ଆଶ୍ରମ ସମେତ ଗରାପୁର, କପାଳେଶ୍ୱର, ଆଳିଜଙ୍ଗା ପ୍ରଭୃତି ଗ୍ରାମଗୁଡିକର ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବ୍ରହ୍ମଚାରୀ ନୃସିଂହ ନାଥ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ