କଲେଜ ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ତାଲିମ ଶିବିର

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଯୁବ ରେଡ କ୍ରସ ଓ ରେଡ ରିବନ କ୍ଲବ ପକ୍ଷରୁ ପ୍ରାଥମିକ ଚିକିତ୍ସା ତାଲିମ ଶିବିର ସେପ୍ଟେମ୍ବର ୨୩ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ ଶିବିରକୁ କଲେଜର ପ୍ରିନ୍ସପାଲ ବନମାଳୀ ବେହେରା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ଯୁବ ରେଡ କ୍ରସ କାଉନସିଲର ଅଧ୍ୟାପକ ବିଶ୍ଵନାଥ ଚୌଧାରୀ ପ୍ରାରମ୍ଭିକ ସୂଚନା ପ୍ରଦାନ ସହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ସାଧନ କର୍ମୀ ଭାବେ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ତଥା ଗଞ୍ଜାମ ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ଦିଲ୍ଲୀପ କୁମାର ଆଚାର୍ଯ୍ୟ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ଉପଚାର ବିଷୟରେ ତାଲିମ ପ୍ରଦାନ କରିଥିଲେ। ତାଲିମ ଦାତା ଶ୍ରୀ ଆଚାର୍ଯ୍ୟ କୃତିମ ଉପାୟରେ ହୃଦୟ ଓ ଫୁସ ଫୁସ ର ପୁନଃ ପ୍ରଚଳନ କରାଇବା, ଆରାମ ଦାୟକ ଅବସ୍ଥା ରେ ଶୁଆଇବା ଏସବୁ ର କାରଣ ଓ ନିରାକରଣର ପ୍ରାଥମିକ ଉପଚାର କରିବା, ଦୁର୍ଘଟଣା ଗତ ବ୍ୟକ୍ତି ବିଶେଷଙ୍କ ରକ୍ତ ଦାହ ବନ୍ଦ କରିବା, ଖାଦ୍ୟ ବା ଅନ୍ୟ କିଛି ଶ୍ୱାସ ନଳିରେ ଅଟକିଗଲେ କୌଶଳର ସହ ତାକୁ ବାହାର କରିବା, ଏତଦ ଭିନ୍ନ ଆଘାତପ୍ରାପ୍ତ ଅଂଶ ରେ ପଟି ବାନ୍ଧିବା, ଅସ୍ଥି ଭଗ୍ନ ବ୍ୟକ୍ତିଙ୍କୁ ପଟି ବାନ୍ଧିବା, ଡାକ୍ତରଖାନାରେ ପହଞ୍ଚାଇବା, ସାପ କାମୁଡା, ମୁର୍ଚ୍ଛା, ଅଂଶୁଘାତ, ହୃଦଘାତ, ବିଜୁଳି ଘଡଘଡି ମାରିବା କ୍ଷେତ୍ରରେ ପ୍ରାଥମିକ ଉପଚାର ପ୍ରଦାନ କରିବା ଓ ସେମାନଙ୍କୁ ସ୍ଥାନାନ୍ତରଣ କରିବା କୌଶଳ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀଙ୍କୁ ଡେମୋ ପ୍ରଦର୍ଶନ କରି ତାଲିମ ଦେଇଥିଲେ। ଏନଏସଏସ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ସେକ୍ ଫରିଦ୍, ଏନସିସି ଅଫିସର ଅଧ୍ୟାପିକା ଲେଫନାଣ୍ଟ ବିନତା କୁମାରି ଦାଶ ଓ ମୋ କଲେଜ ସଂଯୋଜକ ଅଧ୍ୟାପକ ବିରଞ୍ଚି ନାରାୟଣ ରଥ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ