ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟରେ ପ୍ରସ୍ତୁତି ବୈଠକ
କୋଦଳା , (ଯୁଗାବ୍ଦ ନ୍ୟୁଜ): ସୌରା ଛଚିନା ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟରେ ଆସନ୍ତା ବର୍ଷ ରୌପ୍ୟ ଜୟନ୍ତୀ ପାଳନ ନିମିତ୍ତ ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବ୍ରଜଗୋପାଳ ପ୍ରଧାନଙ୍କ ସଭାପତିତ୍ୱରେ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ସିମାଞ୍ଚଳ ନାୟକଙ୍କ ପୌରହିତରେ ବୈଠକ ହୋଇଥିଲା। ବହୁ ସଂଖ୍ୟାରେ ବିଦ୍ୟାଳୟର ପୁରାତନ ଛାତ୍ର ଉପସ୍ଥିତ ରହି ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ପାଳନର ରୂପରେଖ ଉପରେ ଆଲୋଚନା କରିଥିଲେ କ୍ଷ ବିଦ୍ୟାଳୟର ଛାତ୍ର ସଂଘର ଗଠନ ଓ କାର୍ୟ୍ୟକର୍ତ୍ତା ଚୟନ ପାଇଁ ଆସନ୍ତା ୨୨ ତାରିଖରେ ପୁଣି ଏକ ବୈଠକ ଅନୁଷ୍ଠିତ କରାଯିବାର ନିଷ୍ପତି ନିଆଯାଇଥିଲା ।ଏହି ବୈଠକରେ ବିଦ୍ୟାଳୟର ଅଧିକରୁ ଅଧିକ ପୁରାତନ ଛାତ୍ର ଯୋଗ ଦେବାକୁ ଛାତ୍ର ସଂଘ ତରଫରୁ ଜୟଦେବ ନାୟକ ଅନୁରୋଧ କରିଛନ୍ତି।