ଜିଲ୍ଲାସ୍ତରୀୟ “ନୂଆଁଖାଇ ଭେଟଘାଟ” ଆୟୋଜିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ ଠାରେ ପାରଳାର ଅଗ୍ରଣୀ ନୃତ୍ୟ ପ୍ରତିଷ୍ଠାନ ସମଲେଇ ନୃତ୍ୟ କଳା ପରିଷଦ ଓ ଜିଲ୍ଲା ସଂସୃତି ପରିଷଦ ର ମିଳିତ ଆନୁକୂଲ୍ୟ’ରେ ଜିଲ୍ଲାସ୍ତରୀୟ “ନୂଆଁଖାଇ ଭେଟଘାଟ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମଲେଇ ନୃତ୍ୟ କଳା ପରିଷଦ’ର ସଭାପତି ଶ୍ରୀ ନୃସିଂହ ଚରଣ ପଟ୍ଟନାୟକ’ଙ୍କ ସଭାପତିତ୍ବ’ରେ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ରୂପେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ଯୋଗଦେଇ ନୂଆଖାଇ ପଶ୍ଚିମ ଓଡ଼ିଶାର ଏକ ମହାନ୍ କୃଷି ଭିତ୍ତିକ ଗଣପର୍ବ । ଏହାକୁ ପାରଳା ରେ ପାଳନ କରା ଯାଉଥିବା ଯୋଗୁଁ ସେ ଉଦ୍ୟୋକ୍ତା ମାନଙ୍କୁ ଭୂୟସୀ ପ୍ରଶଂସା କରି କହିଥିଲେ ଯେ , ଏଠାରେ ଇତିହାସ , କଳା ଓ ସଂସ୍କୃତି ଭରପୁର ରହିଛି , ହେଲେ ଏଠାରେ ମନୋବଳ’ର ଅଭାବ ରହିଛି , ତାକୁ ଉଜ୍ଜୀବିତ କରିବାକୁ ହେବ । ଏଠାରେ ବିଭିନ୍ନତା ମଧ୍ୟରେ ଏକତା ଯେଉଁ ରହିଛି , ତାହା ଏଠାରେ ପ୍ରମାଣିତ କରୁଛି । ତେଣୁ ନୃତ୍ୟ , ସଙ୍ଗୀତ ଓ କଳା’ର ପୂର୍ବ ଗୌରବ ଯେଭଳି ଫେରି ପାଇବ ସେ ଦିଗରେ ପ୍ରୟାସ କରିବାକୁ ହେବ ବୋଲି କହିଥିଲେ। । ଏହି କାର୍ଯ୍ୟକ୍ରମ’ରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ପୌର ପରିଷଦ ଅଧକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଯୋଗଦେଇ ନୂଆଖାଇ ଏକ କୃଷିଭିତ୍ତିକ ଗଣପର୍ବ ଏବଂ ଏହାର ପାଳନର ଆଭିମୁଖ୍ୟ ସମ୍ପର୍କରେ କହିଥିବା ବେଳେ , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ ଯୋଗ ଦେଇ ଭାବର ଆଦାନ ପ୍ରଦାନ ମାଧ୍ୟମରେ ବଡ଼ ମାନଙ୍କ ଠାରୁ ଛୋଟ ମାନେ କିଭଳି ଆଦର୍ଶ ଓ ସଂସ୍କାର ମୂଳକ ଶିକ୍ଷା ପାଇଥାନ୍ତି ଏବଂ ସାଂସ୍କୃତିକ ଭାବ କିଭଳି ଆଦାନ ପ୍ରଦାନ ହୋଇଥାଏ ସେ ସମ୍ପର୍କରେ, ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଯୁବ ମଞ୍ଚ କଳାକାର ଶ୍ରୀ ଆଦର୍ଶ ଦାସ ଯୋଗ ଦେଇ ଏ ଅଞ୍ଚଳରେ ସମ୍ବଲପୁରୀ ନୃତ୍ୟ ଓ ସଙ୍ଗୀତ ପରିବେଷଣ ସମେତ ବସ୍ତ୍ର ପରିଧାନ ଉପରେ କିପରି ଗୁରୁତ୍ଵ ଦିଆ ଯାଇଥାଏ ଏବଂ ସଭାପତି ଶ୍ରୀ ନୃସିଂହ ଚରଣ ପଟ୍ଟନାୟକ ଯୋଗ ଦେଇ ନୂଆଁଖାଇ ଭେଟଘାଟ ପାଳନ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ସାଙ୍ଗସାଥୀ ମାନଙ୍କୁ ନେଇ ଭାଇଚାରା ପରିବେଶ ସୃଷ୍ଟି କରି କିଭଳି ଭାବ ଆଦାନ ପ୍ରଦାନ କରା ଯାଇଥାଏ , ସେ ବିଷୟରେ ଆଲୋକପାତ କରିଥିଲେ।ଅନୁଷ୍ଠାନ’ର ସମ୍ପାଦକ ଶ୍ରୀ ବାଳକୃଷ୍ଣ ପାଣିଗ୍ରାହୀ ସମ୍ପାଦକୀୟ ତଥା ଅନୁଷ୍ଠାନ’ର ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ। ଏହି ଅବସର’ରେ ପାରଳା’ର ଅଗ୍ରଣୀ ଅନୁଷ୍ଠାନ ଭକ୍ତି ସଙ୍ଗୀତ ସଂସଦ’ର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ଏଥି ସହ ପାରଳା’ର ନୃତ୍ୟ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳା କେନ୍ଦ୍ର , ସମଲାଇ ନୃତ୍ୟ କଳା ପରିଷଦ , ପଦାମୃତ ନୃତ୍ୟାୟନ ଅନୁଷ୍ଠାନ ପ୍ରଭୃତି ଆକର୍ଷଣୀୟ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ସଭା ଶେଷରେ ମନୋଜ କୁମାର ପାଢ଼ୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ସଂସୃତିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ଏହି ସମସ୍ତ କାର୍ଯ୍ୟକ୍ରମକୁ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, ଡି ପ୍ରିୟଙ୍କା ଏବଂ ଡି ମୋହନ ରାଓ ମତଙ୍ଗିନୀ ଗୁରୁ, ପ୍ରମୁଖ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ