ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ବେଲଗୁଣ୍ଠା ଜୋନ୍ ର ତେର ଛାତ୍ରଛାତ୍ରୀଙ୍କ କୃତିତ୍ୱ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଛତ୍ରପୁର ସ୍ଥିତ ଅନସ୍ଲୋ ଅନୁଷ୍ଠାନ ଷ୍ଟାଡିୟମ୍ ରେ ଅନୁଷ୍ଠିତ ଗଞ୍ଜାମ ଜିଲ୍ଳା ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ବେଲଗୁଣ୍ଠା ଜୋନ୍ ର ଛାତ୍ରଛାତ୍ରୀମାନେ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି I ବେଲଗୁଣ୍ଠା ଏବଂ ଜଗନ୍ନାଥପ୍ରସାଦ ବ୍ଲକ୍ କୁ ନେଇ ଗଠିତ ବେଲଗୁଣ୍ଠା ଜୋନ୍ ରୁ ତେର ଜଣ ଛାତ୍ରଛାତ୍ରୀ ବିଭିନ୍ନ କ୍ରୀଡ଼ା ବିଭାଗରେ ଜିଲ୍ଲାସ୍ତରୀୟ ପଦକ ହାସଲ କରିଛନ୍ତି I ବେଲଗୁଣ୍ଠା କ୍ରୀଡ଼ା ସମ୍ପାଦକ ଆଶୁତୋଷ ସ୍ୱାଇଁଙ୍କ ସୂଚନା ପ୍ରକାରେ ବରିଷ୍ଠ ବିଭାଗରେ ବେଲଗୁଣ୍ଠା ଜୋନ୍ ରୁ ସଚିନ୍ ପ୍ରଧାନ ଉଚ୍ଚ ଡ଼ିଆଁ ଏବଂ ଜାଭଲିନ୍ ଥ୍ରୋରେ ପ୍ରଥମ ସ୍ଥାନ ଏବଂ ଲମ୍ବ ଡ଼ିଆଁରେ ତୃତୀୟ ସ୍ଥାନ,କାହ୍ନୁ ନାୟକ ଡିସ୍କସ୍ ଥ୍ରୋରେ ଦ୍ୱିତୀୟ ସ୍ଥାନ,ଶ୍ରୀକାନ୍ତ ସ୍ୱାଇଁ ୮୦୦ ମିଟର ଦୌଡ଼ରେ ଦ୍ୱିତୀୟ ସ୍ଥାନ,ଶୁଭଶ୍ରୀ ପ୍ରଧାନ ୩୦୦୦ ମିଟର ଦୌଡ଼ରେ ପ୍ରଥମ ସ୍ଥାନ,ଲକ୍ଷ୍ମୀପ୍ରିୟା ପାତ୍ର ଜାଭଲିନ୍ ଥ୍ରୋରେ ଦ୍ୱିତୀୟ ସ୍ଥାନ ଏବଂ ସ୍ମାଇଲ୍ ମହାରଣା ଯୋଗରେ ଦ୍ୱିତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଛନ୍ତି I ସେହିପରି କନିଷ୍ଠ ବିଭାଗରେ ମିତଲ୍ ରଣା ୨୦୦ମିଟର ଦୌଡ଼ରେ ପ୍ରଥମ ସ୍ଥାନ,ପ୍ରଭାକର ପ୍ରଧାନ ଲମ୍ବ ଡ଼ିଆଁରେ ଦ୍ୱିତୀୟ ସ୍ଥାନ,ମଇନା ନାଇକ ଉଚ୍ଚ ଡିଆଁରେ ତୃତୀୟ ସ୍ଥାନ,ଯାଜ୍ଞସେନୀ ଗୌଡ଼ 600 ମିଟର ଦୌଡ଼ରେ ତୃତୀୟ ସ୍ଥାନ,ଭୋଳାନାଥ ନାଇକ ୪୦୦ ମିଟର ଦୌଡ଼ରେ ତୃତୀୟ ସ୍ଥାନ,ସୁଜଲ୍ ନାୟକ ଉଚ୍ଚ ଡ଼ିଆଁରେ ଦ୍ୱିତୀୟ ସ୍ଥାନ ଏମ୍ ରାଜ୍ କୁମାର ରାଓ ଫୁଟବଲ ଏବଂ ସୁଜଲ୍ ନାୟକ କବାଡ଼ିରେ ଜିଲ୍ଲାସ୍ତରରେ ଉନ୍ନତ ପ୍ରଦର୍ଶନ କରି ପୁରସ୍କୃତ ହୋଇଛନ୍ତି I ପୂର୍ବ ବର୍ଷ ଗୁଡ଼ିକ ଅପେକ୍ଷା ଚଳିତ ବର୍ଷ ବେଲଗୁଣ୍ଠା ଜୋନ୍ ରୁ ଅଧିକ ଛାତ୍ରଛାତ୍ରୀ ଜିଲ୍ଲାସ୍ତରରେ ପୁରସ୍କୃତ ହୋଇଥିବାରୁ ଉଭୟ ବେଲଗୁଣ୍ଠା ଏବଂ ଜଗନ୍ନାଥପ୍ରସାଦ ବ୍ଳକ୍ ର କ୍ରୀଡ଼ାପ୍ରେମୀ ମାନେ ଖୁସି ପ୍ରକଟ କରିଛନ୍ତି I ଜିଲ୍ଲାସ୍ତରରେ କୃତିତ୍ୱ ହାସଲ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ବେଲଗୁଣ୍ଠା କ୍ରୀଡ଼ା ସମ୍ପାଦକ ଆଶୁତୋଷ ସ୍ୱାଇଁଙ୍କ ସମେତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା, ପ୍ରଧାନ ଶିକ୍ଷୟିତ୍ରୀ ଲୋପାମୁଦ୍ରା ରଥ,ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ, ସୂର୍ଯ୍ୟନାରାୟଣ ସେଠୀ,ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଜଗନ୍ନାଥପ୍ରସାଦ କ୍ରୀଡ଼ା ସମ୍ପାଦକ ବିଭୂତି ଭୂଷଣ ପ୍ରଧାନ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୂପ ପଣ୍ଡା, ଗୋଷ୍ଠୀ ଶିକ୍ଷା ଅଧିକାରୀ କଲ୍ୟାଣୀ ପାଢୀ, ଏବିଇଓ ମନୋଜ କୁମାର ମିଶ୍ର, ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ପ୍ରଧାନ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇବା ସହିତ ଚୟନ ଦାୟିତ୍ୱରେ ଥିବା କ୍ରୀଡ଼ା ଶିକ୍ଷକ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି I ଆଗାମୀ ଦିନରେ ଏକ ଜୋନ୍ ସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବରେ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ କ୍ରୀଡ଼ାର ଅଧିକ ପ୍ରଗତି ପାଇଁ ଏକ ସମୀକ୍ଷା ବୈଠକ କରାଯିବ ବୋଲି ବେଲଗୁଣ୍ଠା କ୍ରୀଡ଼ା ସମ୍ପାଦକ ଆଶୁତୋଷ ସ୍ୱାଇଁ ପ୍ରକାଶ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ