କେନ୍ଦ୍ରାପଡା ରସାବଳିକୁ ଜି.ଆଇ. ଟ୍ୟାଗ ମାନ୍ୟତା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ରସାବଳିକୁ ଜି.ଆଇ. ଟ୍ୟାଗର ମାନ୍ୟତା ମିଳିବା ପରେ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ରଥଦାଣ୍ଡରେ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ମହାପ୍ରଭୁଙ୍କୁ ସମର୍ପିତ ଦିବ୍ୟ ନୈବେଦ୍ୟ ରସାବଳି ପ୍ରସାଦକୁ ମନ୍ଦିର ବେଢାରେ ଓ ରଥଦାଣ୍ଡରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ବିତରଣ କରିଥିଲେ । ବଳଦେବସେନା ପକ୍ଷରୁ ଆୟୋଜିତ ଏହି ଉତ୍ସବରେ କେନ୍ଦ୍ରାପଡା ରସାବଳି ପୁସ୍ତକର ଲେଖକ ବିଶିଷ୍ଟ ଗବେଷକ ନିରଞ୍ଜନ ମେକାପଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସାଂସ୍କୃତିକ ଉତ୍ସବରେ ମନ୍ଦିରର ସେବକ ଓ ପୂଜକ ବୃନ୍ଦ, ଗରାପୁରସ୍ଥିତ କେନ୍ଦ୍ରାପଡା ଦିବ୍ୟ ଜୀବନସଙ୍ଘର ସଭ୍ୟମାନେ, ଶିବାନନ୍ଦ ବିଦ୍ୟାମନ୍ଦିରର ଗୁରୁଜୀ,ଗୁରୁମାମାନେ ଅଂଶଗ୍ରହଣ କରିଥିଲେ । ଶ୍ରୀମା ମହାପ୍ରଭୁ ଶ୍ରୀଜୀଉଙ୍କ ମହିମା ଓ ରସାବଳିର ଦିବ୍ୟତା ସମ୍ପର୍କରେ ସମବେତ ସଜ୍ଜନମଣ୍ଡଳୀଙ୍କୁ ପ୍ରବଚନ ଦେଇଥିଲେ । ଗବେଷକ ଶ୍ରୀ ମେକାପ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପ୍ରତିଷ୍ଠା ଠାରୁ ରସାବଳିର ଭୈାଗଳିକ ମାନ୍ୟତାର ଜୟଯାତ୍ରା ସମ୍ପର୍କରେ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ