ଘୁମୁସର ଜିଲ୍ଳା ଦାବିରେ ଆସନ୍ତା ଏଗାରରେ ବେଲଗୁଣ୍ଠା ବନ୍ଦ ପାଇଁ ପ୍ରସ୍ତୁତି ବୈଠକ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଘୁମୁସର ଜିଲ୍ଳା ଦାବି ନେଇ ଆସନ୍ତା ଏଗାର ତାରିଖରେ ବେଲଗୁଣ୍ଠା ବନ୍ଦ ଡାକରା ଦିଆଯାଇଛି I ଏନେଇ ଆଜି ବେଲଗୁଣ୍ଠା ବଣିକ ସଂଘ କାର୍ଯ୍ୟାଳୟରେ ବଣିକ ସଂଘ ସଭାପତି ସନତ୍ କୁମାର ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଏଥିରେ ଅତିଥି ରୂପେ ଘୁମୁସର ଜିଲ୍ଳା ଆନ୍ଦୋଳନ କ୍ରିୟାନୁଷ୍ଠାନ କମିଟି ସଭାପତି ତଥା ବରିଷ୍ଠ ଆଇନଜୀବୀ ସୋମନାଥ ନାୟକ,ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ସଭାପତି ଗୋପାଳ ଚନ୍ଦ୍ର ଲେଙ୍କା, ରୋଟାରୀ କ୍ଲବ୍ ଉପପ୍ରାନ୍ତପାଳ ଭି ଦେବୀ ପ୍ରସାଦ ପାତ୍ର, ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ବଣିକ ସଂଘ ସମ୍ପାଦକ କୈଳାସ ମହାପାତ୍ର,କୋସାଧକ୍ଷ କେ ବୁଲୁ ପାତ୍ର,ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ଅଭିମନ୍ୟୁ ପଟ୍ଟନାୟକ , ସମ୍ପାଦକ ବିଜୟ କୁମାର ସାମଲ ,ଉପସଭାପତି କୈଳାସ ପାତ୍ର,କୋସାଧକ୍ଷ ଅଶୋକ କୁମାର ପଣ୍ଡା,ପ୍ରମୁଖ ଅତିଥି ଯୋଗ ଦେଇ ଏଗାର ତାରିଖରେ ଶାନ୍ତି ଶୃଙ୍ଖଳାରେ ବନ୍ଦ ପାଳନ ସହିତ ଘୁମୁସର ଜିଲ୍ଳା ଗଠନ ହେଲେ ଅଞ୍ଚଳବାସୀ କେଉଁ କେଉଁ ସୁବିଧା ସୁଯୋଗ ପାଇବେ ସେହି ସମ୍ପର୍କରେ ଆଲୋଚନା କରିଥିଲେ I ଆଜିର କାର୍ଯ୍ୟକ୍ରମରେ ଅଟୋ ଚାଳକ ସଂଘର ସଭାପତି,ସମ୍ପାଦକଙ୍କ ସମେତ ବେଲଗୁଣ୍ଠା ପରିବା ମାର୍କେଟ ସଙ୍ଘ ସମ୍ପାଦକ ଲକ୍ଷଣ ପ୍ରଧାନ ଓ ବହୁ ସଦସ୍ୟ, ପ୍ରେସକ୍ଲବ ଉପସଭାପତି ପ୍ରଭାତ କୁମାର ସାହୁ, କଳିଙ୍ଗ ବଶ୍ୟ ସଙ୍ଘ ସଭାପତି ଏ ଟ୍ରିପତି ପାତ୍ର,ଯୁବ ସଭାପତି ଅଶୋକ କୁମାର ସୁବୁଦ୍ଧି ଙ୍କ ସହ ବିଭିନ୍ନ ସଂଗଠନର ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ I ଏଗାର ତାରିଖ ସକାଳ ଛଅ ଘଣ୍ଟା ଠାରୁ ସନ୍ଧ୍ୟା ଛଅ ଘଣ୍ଟା ପର୍ଯ୍ୟନ୍ତ ବେଲଗୁଣ୍ଠାରେ ଯାନବାହନ,ଦୋକାନ ବଜାର ସମେତ ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବ I ଆନ୍ଦୋଳନକାରୀ ମାନେ ବେଲଗୁଣ୍ଠାର ବିଭିନ୍ନ ଛକରେ ପିକେଟିଂ କରିବା ସହିତ ରାସ୍ତା ଉପରେ ଶାନ୍ତିପୂର୍ଣ୍ଣଭାବେ ଆନ୍ଦୋଳନ କରିବେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ