ଗୌରୀ ବିହାର ଉନ୍ନୟନ ପରିଷଦ ଉଦଘାଟିତ
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ):ବ୍ରହ୍ମପୁର ୱାର୍ଡ ନଂ ୩୮ର ଗୌରୀ ବିହାରର ୧0ଟି ଲାଇନର ଉନ୍ନତି ପାଇଁ ଅଂଚଳବାସୀଙ୍କୁ ନେଇ ଆଜି ଅପରାହ୍ନରେ ଗୌରୀ ବିହାର ଉନ୍ନୟନ ପରିଷଦ ଗଠନ କରାଯାଇ ଉଦଘାଟନ ଉତ୍ସବ ଆୟୋଜନ କରାଯାଇଥିଲା l ଅନୁଷ୍ଠାନର ଉପଦେଷ୍ଟା ଅରୁଣ କୁମାର ବେହେରା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ନୂତନ କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିଲା l ସଭାପତି ଭାବେ ରାଜେଶ କୁମାର ପଟନାୟକ, ଉପ ସଭାପତି ଭାବେ ସରୋଜ କୁମାର ବିଷୋୟୀ, ସମ୍ପାଦକ ଭାବେ ଉପେନ୍ଦ୍ର କୁମାର ସାହୁ, ସହ ସମ୍ପାଦକ ଭାବେ ଅଜୟ କୁମାର ଶତପଥୀ ଏବଂ କ୍ରୋଷାଧ୍ୟକ୍ଷ ଭାବେ ଡ ମିହିର କୁମାର ତ୍ରିପାଠୀ ଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଛି l ଏଥି ସହିତ ୧0 ଟି ଲାଇନରୁ ୨0 ଜଣ କାର୍ଯ୍ୟକାରୀ ସଦସ୍ୟଙ୍କୁ ଚୟନ କରାଯାଇଛି l ଅଂଚଳର ରାସ୍ତାଘାଟ ସମସ୍ୟା କୁ ମୁଖ୍ୟ ସମସ୍ୟାଭାବେ ନିଆଯାଇ ଏହାର ତୁରନ୍ତ ସମାଧାନ ପାଇଁ ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯିବ ଏବଂ ଲାଞ୍ଜିପଲ୍ଲୀ ବାଇପାସ ନିକଟରେ ହେଉ ଥିବା ଦୁର୍ଘଟଣାର ସମସ୍ୟାର ସମାଧାନ ପାଇଁ ବ୍ରହ୍ମପୁର ଅରକ୍ଷୀ ଅଧିକ୍ଷକଙ୍କ ଆଲୋଚନା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି l ଅଂଚଳର ନରସିଂହ ଦାସ, ପ୍ରଦୀପ କୁମାର ଚୌଧୁରୀ, ଡି ସଂଜୀବ ରେଡ୍ଡୀ, ବସନ୍ତ ପ୍ରଧାନ ଓ ଶଙ୍କର ପାତ୍ର ପ୍ରମୁଖ ସଭା କାର୍ଯ୍ୟକ୍ରମ ସଫଳତାରେ ସହଯୋଗ କରିଥିଲେ l


