ବ୍ଲକ ସ୍ତରୀୟ ସାମର୍ଥ୍ୟ ତାଲିମ ଶିବିର ଉଦଯାପିତ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ସମଗ୍ର ଶିକ୍ଷା ଆନୁକୂଲ୍ୟରେ ଓ ବୁଗୁଡା ବିଇଓ ଅଫିସ ପକ୍ଷରୁ ବୁଗୁଡା ଶିକ୍ଷକ ଭବନରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ଛଅ ଦିବସୀୟ ସାମର୍ଥ୍ୟ ତାଲିମ ଶିବିର ଅକ୍ଟୋବର ୬ ତାରିଖ ଦିନ ଉଦଯାପିତ ହୋଇଯାଇଛି। ବୁଗୁଡା ବ୍ଳକର ବିଭିନ୍ନ ବିଦ୍ୟାଳୟର ୧୦୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଦୁଇଟି ପର୍ଯ୍ୟାୟରେ ୩ ଦିନ ଲେଖାଏଁ ୬ ଦିନରେ ତାଲିମ ଗ୍ରହଣ କରିଥିଲେ। ଗୋଷ୍ଠୀ ସମ୍ବଳ ବ୍ୟକ୍ତି ସୋନାଲିନ ପଣ୍ଡା ଓ ସୁଶାନ୍ତ କୁମାର ଡାକୁଆଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସାମର୍ଥ୍ୟ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ସାଧନ କର୍ମୀ ଭାବେ ଦିଲ୍ଲୀପ କୁମାର ଗାନ୍ତୟତ, କମଳ ଲୋଚନ ପାଣିଗ୍ରାହୀ, ରଶ୍ମିରଞ୍ଜନ ଅଟ ଓ ଗୋଷ୍ଠୀ ସମ୍ବଳ ବ୍ୟକ୍ତି ଶ୍ରୀମତୀ ପଣ୍ଡା ଯୋଗଦେଇ ତାଲିମ ପ୍ରଦାନ କରିଥିଲେ। ସାମର୍ଥ୍ୟ ଶିବିରରେ ଭିନ୍ନକ୍ଷମଙ୍କ ଅଧିକାର ଅଧିନିୟମ ୨୦୧୬ ପ୍ରକାରେ ୨୧ ପ୍ରକାର ଭିନ୍ନକ୍ଷମଙ୍କୁ ବିଦ୍ୟାଳୟରେ କିପରି ଶିକ୍ଷାଦାନ କରି ସମାଜର ମୁଖ୍ୟ ଶ୍ରୋତରେ ସାମିଲ କରାଯାଇପାରିବ ସହି ବିଷୟ ନେଇ ତାଲିମ ପ୍ରଦାନ କରାଯାଇଥିଲା। ଉଦଯାପନୀ ଦିବସରେ ବିଇଓ ଚିନ୍ମୟ ମହାପାତ୍ର, ଏବିଇଓ ସୀମାଞ୍ଚଳ ସେଠୀ ଓ ଅମିତା କୁମାରୀ ପାଢ଼ୀ ଯୋଗଦେଇ ତାଲିମରେ ଶିକ୍ଷା ଗ୍ରହଣ କରିଥିବା ବିଷୟକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କଲେ ଭିନ୍ନକ୍ଷମ ମାନଙ୍କ ଉପକାର ହୋଇପାରିବ। ସେଥି ପ୍ରତି ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ