ପୋଲସରା ଏନଏସି ପରିଚାଳନା ପରିଷଦ ବୈଠକ
ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ପରିଚାଳନା ପରିଷଦର ବୈଠକ ଏନ୍.ଏ.ସି. ସଭା ଗୃହରେ ଅକ୍ଟୋବର ୬ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ପରିଚାଳନା ପରିଷଦ ବୈଠକରେ ଏନଏସି ନଗରପାଳିକା ସଙ୍ଗୀତା ବେହେରା ଅଧ୍ୟକ୍ଷତା କରିଥିଲେ। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଏହି ବୈଠକରେ ଯୋଗ ଦେଇଥିଲେ। କାର୍ଯ୍ୟନିର୍ବାହୀ ଅଧିକାରୀ ଶୁଭମ ବେହେରା ପ୍ରାରମ୍ଭିକ ସୂଚନା ପ୍ରଦାନ କରି ରାଜ୍ୟ ସରକାରଙ୍କ ପକ୍ଷରୁ ରାସ୍ତା ଆଲୋକୀକରଣ ପାଇଁ ପ୍ରସ୍ତାବ ଆସିଥିବା ପ୍ରକାଶ କରିଥିଲେ। ଏହା ଆଲୋଚନା ହୋଇ ସଭାରେ ଗୃହୀତ ହୋଇଥିଲା। ଏହି ବୈଠକରେ ପୋଲସରା ଏନ୍.ଏ.ସି. ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ସାଂସଦ ପ୍ରତିନିଧି ମୋତିରାମ ସାହୁ, ବିଧାୟକ ପ୍ରତିନିଧି ପ୍ରଫୁଲ କୁମାର ପ୍ରଧାନଙ୍କ ସମେତ କାଉନସିଲର ବୃନ୍ଦ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।


