ନୂତନ ରୂପରେ ଖୋର୍ଦ୍ଧା ବସ୍ଷ୍ଟାଣ୍ଡ୍ ଶୌଚାଳୟ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଖୋର୍ଦ୍ଧା ଜିଲ୍ଲାର ବସ୍ଷ୍ଟାଣ୍ଡ୍ ର ଶୌଚାଳୟଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିବା ସହିତ ଘୋର ଅସନ୍ତୋଷ ପ୍ରକାଶ କରିଆସୁଥିଲେ । ଭଙ୍ଗା ପାଚେରୀ ସହିତ ପରିଶ୍ରାଗାର ଭଙ୍ଗାରୁଜା ସହ ଅପରିସ୍ପାର ପରିବେଶ ପ୍ରମୁଖ ଅବ୍ୟବସ୍ଥାରେ ସାଧାରଣ ଜନତା ଘୋର ଅତିଷ୍ଠ ଥିଲେ । ଏହି ପରିପ୍ରେକ୍ଷୀରେ ସମାଜସେବୀ ନାରାୟଣ ଖୁଂଟିଆ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଗଣମାଧ୍ୟମକୁ ସୂଚିତ କରାଇଥିଲେ । ଏହିପରିପ୍ରେକ୍ଷୀରେ ସ୍ଥାନୀୟ ସରକାରୀ ବିଭାଗ ତତ୍ପରତା ଦେଖାଇବା ସହିତ ଶୌଚାଳୟଟିକୁ ନୂତନ ରୂପରେଖ ପ୍ରଦାନ କରିଛନ୍ତି । ଭଗ୍ନ ପାଚେରୀ ନିର୍ମାଣ, ନୂତନ ରଙ୍ଗପ୍ରଲେପ, ଜଳ ବ୍ୟବସ୍ଥା ପ୍ରମୁଖ ବ୍ୟବସ୍ଥା କରାଯାଇଛି । ଏହି ପରିପ୍ରେକ୍ଷୀରେ ସରକାରଙ୍କୁ ସାଧୁବାଦ ସମାଜସେବୀ ନାରାୟଣ ଖୁଂଟିଆ ଜଣାଇଛନ୍ତି ।