ଚନ୍ଦ୍ରୟାନ-୩ ଓ ଆଦିତ୍ୟ ଏଲ୍-୧ ଅଭିଯାନ ଉପରେ ଆଲୋଚନାଚକ୍ର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଏନ୍.ସି.ଆର.ଟି. ପରିଚାଳିତ ଭୁବନେଶ୍ୱରସ୍ଥିତ ଆଂଚଳିକ ଶିକ୍ଷା ପ୍ରତିଷ୍ଠାନରେ ପୁରାତନ ଛାତ୍ର ସଂସଦ ଆନୁକୂଲ୍ୟରେ ଚନ୍ଦ୍ରୟାନ-୩ ଓ ଆଦିତ୍ୟ ଏଲ୍-୧ ଅଭିଯାନ ଉପରେ ଏକ ଆଲୋଚନାଚକ୍ର ପ୍ରତିଷ୍ଠାନର ପ୍ରେକ୍ଷାଳୟରେ ସଂସଦର ସଭାପତି ଡ. ହାଡ଼ିବନ୍ଧୁ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବରିଷ୍ଠ ବୈଜ୍ଞାନିକ ତଥା ସ୍ତମ୍ଭକାର ଡ. ଚିତ୍ତରଂଜନ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଉଭୟ ଅଭିଯାନ ଉପରେ ଏକ ତଥ୍ୟ ଭିତିକ ଓ ସାରଗର୍ଭକ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲ ଉଭୟ ଅଭିଯାନ ଉପରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ ଦୀର୍ଘ ସମୟ ଧରି ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଏତଦ୍ ବ୍ୟତିତ ଏନ୍.ସି.ଆର.ଟି ର ପ୍ରାକ୍ତନ ନିର୍ଦ୍ଦେଶକ ପ୍ରଫେସର ହୃଷିକେଶ ସେନାପତି, ପ୍ରତିଷ୍ଠାନର ଡିନ୍ ଡ. ସଂଧ୍ୟାରାଣୀ ସାହୁ ନାକ ସଂଯୋଜିକା ଡ. ରିତାଞ୍ଜଳି ଦାଶ, ପ୍ରଫେସର ଶରତ କୁମାର ଦାସ, ଡ. ରଶ୍ମୀରେଖା ସେଠୀ, ଡ. କଳିଙ୍ଗ କେତକୀ, ପ୍ରଫେସର ଗୌରୀ ଆମା, ପ୍ରଫେସର ଅରୂପ କୁମାର ଶାହାଙ୍କ ସହ ଅନେକ ଅଧ୍ୟାପକ ଅଧ୍ୟାପିକା ଓ ଗ୍ରନ୍ଥଗାରିକା ଡ. ପୁଷ୍ପଲତା ନେଗୀ, ପ୍ରଶାସନିକ ଅଧିକାରୀ ପୁଷ୍କର ବେହେରା ‘ଅଣ ଶିକ୍ଷକ’ କର୍ମଚାରୀ ଯୋଗଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସଂସଦର ସଂପାଦକ ପ୍ରାଧ୍ୟାପକ ସହଦେବ ମଲ୍ଲିକ କାର୍ଯ୍ୟକ୍ରମର ସଂଯୋଜନା କରିବା ସହ ଧନ୍ୟବାଦ ଦେଇଥିଲେ । ପୁରାତନ ଛାତ୍ର ସଂସଦର ଉପଦେଷ୍ଟା ପ୍ରଫେସର ଦୁର୍ଯ୍ୟୋଧନ ପରିଡ଼ା, ଉପ-ସଭାପତି ରମେଶ ଚନ୍ଦ୍ର ପାତାଳ ସିଂହ, କୋଷାଧ୍ୟକ୍ଷ ବିଜୟ କୁମାର ରାଉତ, ପୂର୍ବତନ ସଂପାଦକ ଚକ୍ରଧନ ଦାଶ, ଡ. ଦେବୀ ପ୍ରସନ୍ନ ମିଶ୍ର, ପ୍ରସନ୍ନ କୁମାର ମିଶ୍ର, ପ୍ରସନ କୁମାର ଭଞ୍ଜ, ଡ. ମୋହିତ ମୋହନ ମହାନ୍ତି, ହରପ୍ରିୟା ପଟ୍ଟନାୟକ, ପ୍ରଦୀପ କୁମାର ବେହେରା ପ୍ରମୁଖ ଯୋଗଦେଇଥିଲେ । ସଂସଦ ତରଫରୁ ଉତରୀୟ, ବୃକ୍ଷ, ପୁଷ୍ପଗୁଚ୍ଛ ଓ ସ୍ମୃତିଫଳକ ଦେଇ ଅତିଥି ଦ୍ୱୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।