ସାହାଯ୍ୟ ଅପେକ୍ଷା ରେ ସୁନିତା

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ବ୍ଲକ ବାଉଁଶ ଲୁଣ୍ଡି ପଂଚାୟତ ର ମଶାଣୀ ସାହିର ସୁନିତା ନାୟକ, ସ୍ୱାମୀ ବଳରାମ ନାୟକ ବାହାର ରାଜ୍ୟରେ ମଜୁରୀ କରନ୍ତି,ସୀମିତ ଉପାର୍ଜନ ରେ ଚାରି ପ୍ରାଣୀ କୁଟୁମ୍ବ ଚଳନ୍ତି,ଖାଇବାକୁ ମୁଠେ ପାଇଁ ସ୍ୱାମୀ ଦିନରାତି କାର୍ଯ୍ୟ କରନ୍ତି କିନ୍ତୁ ଦି ଓଳା ଠିକ ରେ ଖାଇବାକୁ ମିଳେନି,ଏହିପରି ସ୍ଥଳେ ସ୍ୱାସ୍ଥ୍ୟ ସମସ୍ୟା ବୁଝିବେ କିପରି,ସୁନିତା ବର୍ତ୍ତମାନ ମଧୁମେହ ରୋଗରେ ପୀଡିତ,ଚିକତ୍ସା ଅଭାବରୁ ଘରେ ଗୁଉତର ଭାବେ ପଡ଼ି ରହିଥିଲେ, ସ୍ୱାମୀ ବାହାରେ ରହିବାରୁ ତାଙ୍କର ଯତ୍ନ ହୋଇ ପାରୁ ନଥିଲା, ସୁନିତା ଗୁରୁତର ଥିବା ଶୁଣିବାକୁ ପାଇଲେ ଜଣେ ସମାଜସେବୀ ମନୋଜ ମିଶ୍ର, ଜଣେ ଅଟୋ ଚାଳକ,ଅଟୋ ଚଳାଇବା ସହ କିଛି ସମୟ ବାହାରକରି ସମାଜ ସେବା କରନ୍ତି। ସୁନିତା ଙ୍କୁ ତାଙ୍କ ଅଟୋରେ ଡାକ୍ତର ଖାନା ନେଇ ଚିକିତ୍ସା କରାଇଲେ ଏବଂ ତାଙ୍କ ପରିବାର ଚଳିବା ପାଇଁ କିଛି ରାସନ ସାମଗ୍ରୀ ପ୍ରଦାନ କରିଥିଲେ, ବର୍ତ୍ତମାନ ସୁନିତା କିଛି ପରି ମାନରେ ସୁସ୍ଥ ହୋଇଛନ୍ତି କିନ୍ତୁ ଉପଯୁକ୍ତ ଚିକିତ୍ସା ଓ ଔଷଧ କିଣିବା ପାଇଁ ଅର୍ଥ ନାହିଁ।ଚାଳ ଛପର ଘର ମଧ୍ୟରେ ଅସହାୟ ପଡ଼ି ରହିଛି ସୁନିତା ଓ ଅପେକ୍ଷା କରିଛି ସରକାରୀ କିମ୍ବା ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ କୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ