ମିଶନ ଶକ୍ତି ସ୍କୁଟର ଯୋଜନା କାର୍ଯ୍ୟକ୍ରମ ଶୁଭାରମ୍ଭ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ବୁଧବାର ଦିଗପହଣ୍ଡି ବ୍ଳକ ଭିଡିଓ କନଫରେନ୍ସ ହଲ୍ ରେ ମିଶନ ଶକ୍ତି ସ୍କୁଟର ଯୋଜନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ମାଧ୍ୟମରେ ଶୁଭ ଉଦଘାଟନ କରିଥିଲେ । ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରି ପୁଷ୍ପାଞ୍ଜଳୀ ଶତପଥୀ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ . ଚିତ୍ତରଞ୍ଜନ ଦାସ , ଏବିଡିଓ ପ୍ରଶାନ୍ତ ରଥ ପ୍ରମୁଖ ଉପସ୍ଥିତ ରହି ପ୍ରଥମ ପର୍ଯ୍ୟାୟରେ ସ୍କୁଟର ପାଇଁ ଆବେଦନ କରିଥିବା ୧୧୦ ଜଣ ସ୍ବୟଂ ସହାୟିକା ମହିଳାଙ୍କ ମଧ୍ୟରୁ ୧୨ ଜଣଙ୍କୁ ସ୍କୁଟର ପ୍ରଦାନ କରାଯାଇଥିଲା । ସ୍କୁଟର ଯୋଜନାରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ବ୍ୟାଙ୍କ ଲୋନ ଆଣିବାର ବନ୍ଦୋବସ୍ତ ରହିଥିବା ବେଳେ ୪ ବର୍ଷ ମଧ୍ୟରେ ଏହାକୁ ସୁଝିବା ନେଇ ପ୍ରାଧାନ୍ୟ ଦିଆଯାଇଛି । ମିଶନ ଶକ୍ତି ବ୍ଳକ ପ୍ରକଳ୍ପ ସଂଯୋଜକ ଅଜୟ କୁମାର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ବହୁ ସ୍ବୟଂ ସହାୟିକା ଗୋଷ୍ଠୀ ର କାର୍ଯ୍ୟକର୍ତ୍ତା ଓ ସଭ୍ୟା ବୃନ୍ଦ ସହଯୋଗ କରିଥିଲେ ।


