ବିଶ୍ଵ ମାନସିକ ସ୍ୱାସ୍ଥ୍ୟ ସପ୍ତାହ ଦିବସ ପାଳିତ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ଥିତ ଏମ୍କେସିଜି ଦୃଷ୍ଟିହୀନ, ବଧିର ଓ ମାନସିକ ଦିବ୍ୟାଙ୍ଗ ବିଦ୍ୟାଳୟ ପରିସରରେ ତାଲୁକ ଆଇନ୍ ସେବା କମିଟ ତରଫରୁ ବିଶ୍ଵ ମାନସିକ ସ୍ୱାସ୍ଥ୍ୟ ସପ୍ତାହ ଦିବସ ପାଳିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ଦଣ୍ଡାସି ସାହୁ ସଭାପତିତ୍ଵ କରିଥିବା ବେଳେ ତାଲୁକ ଆଇନ୍ ସେବା କମିଟି ଅଧ୍ୟକ୍ଷ ତଥା ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଶ୍ରୀ ଶୁଭଜିତ୍ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ I ମୋହନା ଓକିଲ ସଂଘ ଉପସଭାପତି ମୁଖ୍ୟ ବକ୍ତା ଭାବେ ଦିବସ ବିଷୟରେ ବୁଝାଇଥିବା ବେଳେ ବରିଷ୍ଠ ଓକିଲ ସୁଦର୍ଶନ ସାହୁ, ଦୁର୍ଯ୍ୟୋଧନ କରଡ଼ା, ସନ୍ତୋଷ ପାତ୍ର, ସହ ସମ୍ପାଦକ ସୁଶାନ୍ତ କୁମାର ମଲ୍ଲିକ, ଏପିପି ବୈଦ୍ୟନାଥ ସିଂ, ଶ୍ରୀ ତ୍ରିପାଠୀ ପ୍ରମୂଖ ଭାଷଣ ଦେଇଥିଲେ I ବିଚାରପତି ଶ୍ରୀ ଶୁଭଜିତ୍ ବେହେରା ବେହେରା ମାନସିକ ସ୍ୱାସ୍ଥ୍ୟ ଓ ଜତ୍ନ୍ ଆଇନ ୨୦୧୭ ର ଦିଗ ଓ ଉଦ୍ଦେଶ୍ଯ ଉପରେ ବୁଝାଇବା ସହ ମାନସିକ ରୋଗରେ ପୀଡିତ ବ୍ୟକ୍ତି ମାନଙ୍କୁ ସ୍ନେହ, ଶ୍ରଦ୍ଧା ଓ ସହଯୋଗ ଦ୍ଵାରା ବହୁ ଲୋକଙ୍କର ମାନସିକ ସ୍ଵସ୍ଥ୍ଯ ଫେରି ପାରିବ ବୋଲି ବିଶ୍ବାସ ପ୍ରକଟ କରିଥିଲେ I ମଧୁସୂଦନ ପାଢୀ ମଞ୍ଚ ପରିଚାଳନା କରିଥିବା ବେଳେ ଓକିଲ ସଂଘ ସମ୍ପାଦକ ପଦ୍ମନାଭ ପତି ସହଯୋଗ ପ୍ରଦାନ କରିଥିଲେ I ଆଶୁ କବି ଶ୍ରୀ ମଧୁସୂଦନ ନାୟକ କବିତା ଆକାରରେ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ପିଲା ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇ କାର୍ଯ୍ୟକ୍ରମ ସମାପ୍ତ କରାଯାଇଥିଲା I


