ସମବାୟ ସମିତି ବଞ୍ଚାଅ ଦାବୀରେ କୃଷକ ସଭାର ଗଣଧାରଣା

ବନ୍ତ, (ଚାନ୍ଦିନୀ ମହାନ୍ତି):ଅଖିଳ ଭାରତ କୃଷକ ସଭା ପକ୍ଷରୁ ଦେଶବ୍ୟାପୀ କୃଷି ବଞ୍ଚାଅ, କୃଷକ ବଞ୍ଚାଅ, ସମବାୟ ସମିତି ବଞ୍ଚାଅ ଆହ୍ୱାନରେ ଗଣଧାରଣା ଓ କୃଷକ ମାନଙ୍କର ବହୁବିଧ ସମସ୍ୟାକୁ ନେଇ ପ୍ରତିବାଦ ଚାଲିଥିବା ବେଳେ ଅଖିଳ ଭାରତ କୃଷକ ସଭା ବନ୍ତ ବ୍ଲକ କମିଟି ପକ୍ଷରୁ ପଧାନପଡା ସେବା ସମବାୟ ସମିତି ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ନିଳୋକ ବଜାରରୁ ଏକ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରି ସମବାୟ ସମିତି ଠାରେ ପହଞ୍ଚ ô ଥିଲା । ଆୟୋଜିତ ସଭାରେ କୃଷକ ନେତା ସୁବାଷ ଚନ୍ଦ୍ର ବେହେରା ସଭାପତିତ୍ୱ କରିଥିଲେ । ଏଥିରେ କୃଷକ ସଭାର ବ୍ଲକ ସଭାପତି ଫକୀର ଚରଣ ବିଶ୍ୱାଳ, କିଶୋର ଚନ୍ଦ୍ର ବେହେରା, ରମେଶ ଜେନା, ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ, ନିରଞ୍ଜନ ନାୟକ, ବାବାଜି ଚରଣ ଜେନା, ଅନିରୁଦ୍ଧ ଜେନା, ଭାସ୍କର ଚନ୍ଦ୍ର ବେହେରା, ଦୁଲ୍ଲା ଖାଁ, ନୃସିଂହ ଚରଣ ପରିଡା ଯୋଗ ଦେଇ ଚାଷୀ ବିରୋଧି ନୀତିକୁ କେନ୍ଦ୍ର ଓ ରାଜ୍ୟ ସରକାର ପରିହାର କରିବା ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ କେନ୍ଦ୍ର ସରକାର ପ୍ରସ୍ତାବିତ କୃଷକ ବିରୋଧି ସେବା ସମବାୟ ସମିତି ଆଇନ ପରିହାର କରିବା, ସ୍ୱାମୀନାଥନ କମିଶନ କାର୍ଯ୍ୟକାରୀ କରିବା, ଧାନ କୁଇଁଣ୍ଟାଲ ୩୫ ଶହ ଟଙ୍କା ଧାର୍ଯ୍ୟ କରିବା, ଭାଗ ଚାଷୀଙ୍କୁ ଧାନବିକ୍ରି ପାଇଁ ସୁଯୋଗ ଦେବା, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ନିର୍ମାଣ ଆଦ ୧୨ ଦଫା ଦାବୀ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା । ଓଡିଶା ସରକାର କେନ୍ଦ୍ରର ପ୍ରସ୍ତାବିତ ସମବାୟ ଆଇନକୁ କାର୍ଯ୍ୟକାରୀ ନକରିବା ପାଇଁ ଗଣଧାରଣାରେ କୃଷକ ନେତା ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ଗଣଧାରଣାରେ ବିଷ୍ଣୁ ଚରଣ ଜେନା, ପଞ୍ଚାନନ ସେଠୀ, ପୀତବାସ ସେଠୀ, ଫକିରୁଦ୍ଦିନ୍ ଖାଁ, କମଳାକାନ୍ତ ଜେନା, ସୁଧାଂଶୁ ଶେଖର ସେଠୀ, ଅଭିମନ୍ୟୁ ଜେନା, ଯୁଧିଷ୍ଠିର ଜେନା, ଶତୃଘ୍ନ ସେନାପତି, କୃଷ୍ଣ ଚନ୍ଦ୍ର ରାଉତ, ଅରବିନ୍ଦ ବିଶ୍ୱାଳ, କୃଷ୍ଣ ଚନ୍ଦ୍ର ଜେନା, ରବିନ୍ଦ୍ର ରାଉତ, ଅରୁଣ ନାୟକ, ମହେଶ୍ୱର ଜେନା, ପର୍ଶୁରାମ ସ୍ୱାଇଁଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ