ଚଳିତ ବର୍ଷ ଧୁମଧାମ ରେ ପାଳନ ହେବ ମା ଗଜଲକ୍ଷ୍ମୀଙ୍କ ପୂଜା

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଲୋୟାର ବସଷ୍ଟାଣ୍ଡ ସ୍ଥିତ ଲକ୍ଷ୍ମୀ କମ୍ପେ୍ଲକ୍ସ ପରିସରରେ ପୂଜା କମିଟି ପକ୍ଷରୁ ଦୀର୍ଘ ୨୩ ବର୍ଷରୁ ଉର୍ଦ୍ଧ୍ୱ ଧରି ମା ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମରେ ପାଳନ କରାଯାଉଛି । ଚଳିତ ବର୍ଷ ମାଙ୍କ ପୂଜାକୁ ଧୁମଧାମରେ ପାଳନ କରିବା ନିମନ୍ତେ ମା ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ମଣ୍ଡପ ପରିସରରେ କମିଟିର ସଭାପତି ବସନ୍ତ କୁମାର ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମା’ ଗଜଲକ୍ଷ୍ମୀଙ୍କ ପୂଜା ନିମନ୍ତେ ଆସନ୍ତା ୧୬ ତାରିଖ ସନ୍ଧ୍ୟା ୦୫.୩୦ ମିନିଟ ସମୟରେ ଶୁଭଖୁଣ୍ଟି ସ୍ଥାପନ କରିବା ପାଇଁ କର୍ମକାଣ୍ଡ ବିଶେଷଜ୍ଞ ତଥା ପଣ୍ଡିତ ସରୋଜ କୁମାର ଶତପଥିଙ୍କ ଦ୍ୱାରା ସମୟ ଧାର୍ଯ୍ୟ କରାଯାଇଥିଲା । ସେହିପରି ଆସନ୍ତା ୨୭ ତାରିଖ ଦିନ ସନ୍ଧ୍ୟା ୦୫.୫୦ ମିନିଟ ସମୟରେ ଜଳଯାତ୍ରା ଓ ୦୭.୧୦ ମିନିଟ ସମୟରେ ଅଙ୍କୁରା ରୋପଣ, ୨୮ ତାରିଖ ଦିବା ୦୭ଘଣ୍ଟ ୩୦ମିନିଟ୍ ସମୟରେ କାର୍ଯ୍ୟାରମ୍ଭ ଓ ନଭେମ୍ବର ମାସ ୩ ତାରିଖ ଦିନ ୧.୧୫ ମିନିଟ୍ ସମୟରେ ପୂର୍ଣ୍ଣାହୁତି ହେବା ନିମନ୍ତେ ସମୟ ଧାର୍ଯ୍ୟ କରାଯାଇଛି । ଏହି ପୂଜା ୭ ଦିନ ଧରି ଚାଲିବାକୁ ଥିବା ବେଳେ ପ୍ରତିଦିନ ମା ଗଜଲକ୍ଷ୍ମୀଙ୍କ ସକାଳ ଆରତୀ ସହିତ ପୂଜାର୍ଚ୍ଚନା ଓ ସନ୍ଧ୍ୟା ଆଳତୀ କରାଯିବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ମିଳିଛି । ଏହା ସହିତ ପୂଜା କୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରାଯିବା ନିମନ୍ତେ କମିଟିର ସଦସ୍ୟ ମାନଙ୍କ ସହିତ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା । ଏହି ପ୍ରସ୍ତୁତି ବୈଠକରେ କମିଟିର ଉପସଭାପତି ମନୋଜ କୁମାର ସାହୁ, ସମ୍ପାଦକ ପ୍ରଦୀପ କୁମାର ସାହୁ, କୋଷାଧ୍ୟକ୍ଷ ଅତୁଲ କୁମାର ଦାସ, କମିଟିର ସଦସ୍ୟ ସରୋଜ କୁମାର ପାଢୀ, ଆରତ କୁମାର ବିଶ୍ୱାଳ, ଲିପୁନ ବିଶ୍ୱାଳ, କେଂଚୁ ପୁରୋହିତ, ଅଶୋକ କୁମାର ବେହେରା, ପ୍ରଶାନ୍ତ କୁମାର ମହାରଣା, ସରୋଜ କୁମାର ସାମଲ, ଦିଲ୍ଲୀପ କୁମାର ସାମଲ,ଏସ୍‌. ପ୍ରବୀଣ କୁମାର, ସନ୍ତୋଷ କୁମାର ଚୌଧୂରୀ, ବାବୁ ବେହେରା, କିଶୋର ଚନ୍ଦ୍ର ମହାନ୍ତି, କେ. କମଲକର , କେ. ଶ୍ରୀନିବାସ ଦୋରା, ଅରୁଣ ପଣ୍ଡା,ରବି ନାରାୟଣ ବେହେରା, ସୁଶାନ୍ତ ବେହେରା,ପୂର୍ବତନ କାଉନସିଲର ବି. ରାଜୁବାବୁ ଓ ୧୦ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ର ଙ୍କ ସମେତ କମିଟିର ବହୁ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ