ଅନ୍ୟ ରାସ୍ତା ନ ପାଇ ପାରଳା ବସଷ୍ଟାଣ୍ଡରେ ଲୋକଙ୍କ ଅପେକ୍ଷା
ପାରଳାଖେମୁଣ୍ଡି , (ତାରିଣୀ ପ୍ରସାଦ ପଣ୍ଡା ):ରାଜ୍ୟ ଘରୋଇ ବସ ମାଲିକ ସଂଘ ଡାକରାରେ ଗଜପତି ଜିଲ୍ଲା ଘରୋଇ ବସ ମାଲିକ ସଂଘ ଯୋଗ ଦେବା ଯୋଗୁ ଆଜି ଠାରୁ ସମସ୍ତ ଘରୋଇ ବସ ଚଳାଚଳ ବନ୍ଦ ରହିଛି. ଦଶହରା ବେଳେ ହଟାତ ଆଜି ଏଭଳି ଭାବେ ଘରୋଇ ବସ ଚଳାଚଳ ବନ୍ଦ ଯୋଗୁ ପାରଳାଖେମୁଣ୍ଡି ବସ ଷ୍ଟାଣ୍ଡରୁ ରାଜ୍ୟ ଓ ରାଜ୍ୟ ବାହାରକୁ ଯାଉଥିବା ଶତାଧିକ ଘରୋଇ ବସ ଚଳାଚଳ ବନ୍ଦ ରହିଛି. ହଟାତ ଚଳାଚଳ ବନ୍ଦ ହେବା ଯୋଗୁ ପରିବହନ ବ୍ୟବସ୍ଥା ସଂପୁର୍ଣ ଭାବେ ବନ୍ଦ ହୋଇଯାଇଛି. ଯାତ୍ରୀମାନେ କୌଣସି ସୁବିଧା ନ ପାଇ ପାରଳାଖେମୁଣ୍ଡି ବସ ଷ୍ଟାଣ୍ଡର ଯାତ୍ରୀ ଅପେକ୍ଷା ଗୃହରେ ପଡି ରହିଛନ୍ତି.