ବିଷଧର ସାପ କାମୁଡା ରେ ଜଣେ ମୃତ

ଶେରଗଡ଼, (ବିଭୁ ପ୍ରସାଦ ଦାସ):ଶେରଗଡ ବ୍ଳକ ବନ୍ଧାଗୁଡା ଗ୍ରାମରେ ବିଷଧର ସାପ କାମୁଡା ରେ ଜଣେ ବ୍ଯକ୍ତି ଙ୍କ ମୃତ ହୋଇଛି। ଉକ୍ତ ବ୍ଯକ୍ତି ଜଣଙ୍କ ସୂର୍ଯ୍ଯନାରାୟଣ ମଲ୍ଲିକ ବୟସ ୬୦ । ସୂର୍ଯ୍ୟ ନିଜ ବିଲକୁ କାମ କରିବାକୁ ଯାଇଥିବା ବେଳେ ବିଲ ହୁଡାରେ ଏକ ବିଷଧର ସାପ କାମୁଡି ଦେଇଥିଲ। ତାଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳି ଡାକ୍ତର ଖାନାକୁ ଅଣା ଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଶେରଗଡ ଥାନାର ଏଏସଆଇ ସରଲତା ପ୍ରଧାନ ହିଞ୍ଜିଳି ଡାକ୍ତର ଖାନାରେ ପହଞ୍ଚି ଶବ କୁ ଜବତ କରି ବ୍ଯବେଛେଦ ପାଇଁ ଆସିକା ପଠାଇଛନ୍ତି। ସୂର୍ଯ୍ଯନାରାୟଣ ଜଣେ ଗରିବ ଶ୍ରେଣୀ ର ବ୍ଯକ୍ତି ହୋଇଥିବା ଯୋଗୁଁ ସୁଧ କରିବା ନିମନ୍ତେ ଅର୍ଥ ର ନିହାତି ଆବଶ୍ଯକ। ଏଣୁ ସରକାର ପକ୍ଷରୁ ତୁରନ୍ତ ସହାୟତା ଯୋଗାଇବା ପାଇଁ ସାମ୍ବାଦିକ ରାଜୀବ କୁମାର ପ୍ରଧାନ ଓ ଆଂଚଳିକ ସାମ୍ବାଦିକ ସଂଘ ପକ୍ଷରୁ ଦାବୀ ହୋଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ