ରାଇରଙ୍ଗପୁର ମହାବିଦ୍ୟାଳୟ ଓଡିଆ ବିଭାଗର ଆଲୋଚନାଚକ୍ର

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ରାଇରଙ୍ଗପୁର ମହାବିଦ୍ୟାଳୟ ଓଡିଆ ବିଭାଗ ତରଫରୁ ‘ଓଡିଶାର ସାସ୍କୃତିକ ବିଭବ : ଶ୍ରୀଜଗନ୍ନାଥ’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଷୟ ବିଶେଷଜ୍ଞ ଡ. ହରିହର କାନୁନଗୋ ଓ ଇଂ. ରାଧାଶ୍ଯାମ ପାତ୍ର ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ବିଭାଗୀୟ ମୁଖ୍ୟ ଡକ୍ଟର ମିଳନ ମହାନ୍ତଙ୍କ ସଭାପତିତ୍ବରେ ଆୟୋଜିତ ଆଲୋଚନାଚକ୍ରରେ ଭିତ୍ତି ପ୍ରବନ୍ଧ ପାଠ କରିଥିଲେ ଡ. ଦିଗମ୍ବର ଗିରି। ପରେପରେ ଡ. କାନୁନଗୋ ଓ ଇଂ. ପାତ୍ର ବିବିଧ ଧର୍ମଧାରାର ସମନ୍ବୟର ପ୍ରତୀକ ଶ୍ରୀଜଗନ୍ନାଥଙ୍କୁ ଜଣେ ମାନବବାଦୀ ଦେବତା ଭାବରେ ପ୍ରତିପାଦିତ କରିଥିଲେ । ଉପସ୍ଥାପିତ ନିବନ୍ଧଗୁଡିକର ସମୀକ୍ଷାତ୍ମକ ଆଲୋଚନା କରିଥିଲେ ସ୍ତମ୍ଭକାର ଲଳିତ କୁମାର ମହାନ୍ତ। ପ୍ରଶ୍ନୋତ୍ତରର ଏକ ସ୍ବତନ୍ତ୍ର ପର୍ଯ୍ୟାୟରେ ବିଭାଗର ଛାତ୍ରଛାତ୍ରୀ ହର୍ଷିତା ପାଲ, ଉଷସୀ ବେହେରା, ସ୍ବାଗତିକା ମହାନ୍ତ, ମୁନମୁନ ମହାନ୍ତ, ମଙ୍ଗଲ ସିଂ ମୁନ୍ଦୟା, ରୁକ୍ମିଣୀ ସିଦ୍ଦୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ବିଭାଗୀୟ ଅଧ୍ୟାପକ-ଅଧ୍ୟାପିକା ଜିତେନ୍ଦ୍ର ନାଥ ମହାନ୍ତ, ଶୁଭଶ୍ରୀ ବେହେରା ଓ ଆନ୍ଦ୍ରେଶ ମାର୍ଣ୍ଡିଙ୍କ ଦିଗଦର୍ଶନ ତଥା ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶ୍ରୀଜଗନ୍ନାଥଙ୍କ ସ୍ତୋତ୍ର ଓ ଭଜନ ଗାନ କରିଥିଲେ ଇଂ. ପାତ୍ରଙ୍କ ସହଧର୍ମିଣୀ ସର ପାତ୍ର, ଡ. ଗିରି, ଛାତ୍ରଛାତ୍ରୀ ଅଲିଭା ମହାନ୍ତ ଓ ମଙ୍ଗଲ ସିଂ ମୁନ୍ଦୟା । ପରିଶେଷରେ ଅଧ୍ୟାପକ ଜିତେନ୍ଦ୍ର ନାଥ ମହାନ୍ତ ଓ ଶ୍ରୀ ମାର୍ଣ୍ଡିଙ୍କ ଧନ୍ୟବାଦ ଓ କୃତଜ୍ଞତା ଦର୍ପଣ ପରେ ଆଲୋଚନାଚକ୍ରର ପରିସମାପ୍ତି ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ