ଆମ ସ୍ୱାଭିମାନ କେହି ବୁଝନ୍ତିନି
କିନ୍ତୁ ଆମ ସ୍ୱାଭିମାନ କେହି ବୁଝନ୍ତିନି । ଯାହାର ଯେମିତି ମନ ଆମ ଲାଗି ସେମିତି ଲକ୍ଷ୍ମଣ ଗାର ଟଣା ହୁଏ । ଛାଡ….. ଏ ତ ଭାଗ୍ୟ ଆମର, ତିନି ଦିନର ଲାଭ ଟଙ୍କା ମିଶେଇ ଆଜି ଗୋଦାମରୁ ଟିକେ ଅଧିକା ଫଳ ନେଲି, ଆଉ ଅଳ୍ପଦିନ ଯେ ଦଶହରା….. ମୋ ପାଖରେ ଠେଲା ଲଗାଉଥିବା ସକିଲ୍ ଭାଇ ବେଡସିଟ୍, ପରଦା ଥାକ ଲଗାଉଥିଲେ, ଆଉ ଆରପାଖ ମୋହନ ଭାଇ ରକମ ରକମ କାଚ ଜିନିଷ ସଜାଡି ଥିଲେ, ମୋର ଅଧିକ ଫଳ ଦେଖି ଖୁସି ହେଇ କହିଲେ ଆଜି ଚା’ ଦିଅ । ମୁଁ ବି ବେଶ୍ ଆଗ୍ରହରେ ଚା’ ଦେଇ କହିଲି ଭାଇ ମୋ ଦୋକାନ ଦେଖୁଥା, ମୁଁ ଟିକେ କଲୋନି ଆଡେ ବୁଲି ଆସେ । ଠାକୁରଙ୍କୁ ଡାକ ଆଜି ଭଲ ବେପାରଟେ ହେଇଗଲେ ଝିଅ ଲାଗି ଡ୍ରେସ୍-ଜୋତା କିଣି ନେବି ।
ବୋହି ପାରିବା ଭଳି କିଛି ଫଳ ନେଇ କଲୋନୀ ଆଡେ ପଳେଇଲି । ସତରେ ଭଗବାନ ମହାନ ଦୁଇଘଣ୍ଟାରେ ଫଳ ସବୁ ବିକ୍ରି ହେଇଗଲା, ମୁହଁ ସନ୍ଧ୍ୟା ହେଇ ଆସୁଥିଲା…. ଏ କ’ଣ ଆମ ଦୋକାନ ଲାଇନ୍ ଆଜି ଅନ୍ଧାର….. ପିଚୁ ରାସ୍ତାଟା ଏତେ ଅଳିଆ…….ଷ୍ଟ୍ରିଟ୍ ଲାଇଟ୍ର ଆଲୁଆରେ ମୋ ଠେଲା ଆଡେ ଧାଇଁଲି…. ଗୋଡରେ ମୋହନ ଭାଇର କାଚ ମୁର୍ତିର ଭଙ୍ଗା ଖଣ୍ଡେ ଫୋଡି ହେଇଗଲା….. ମୋ ଫଳ ଗୁଡା ଏଣେ ତେଣେ ପଡିଥିଲା, ମୋତେ ସବୁ ଅନ୍ଧାର ଦିଶିଲା, ସକିଲ୍ ଭାଇ କହି ଚାହିଁଲା ବେଳକୁ ତାଙ୍କ ଆଖିରେ ଲୁହ…… ଭାଇ ଅଧଘଂଟା ସମୟ ଦେଲେ ସବୁ ଦୋକାନ ଉଠେଇବାକୁ, ମୁଁ ପାରିଲିନି….. ତ ସବୁ ଭାଙ୍ଗି ଦେଲେ…… ବଡ ମେଳା ଅଛି ଆମେ କୁଆଡେ ବଡ ବୋପାରୀଙ୍କ ବେପାର ମାନ୍ଦା କରୁଛେ….. ମୁଁ ଦେଖୁଥିଲି ଚେପା ହୋଇ ପଡିଥିବା ମୋ ଫଳ ସବୁ … ଭଙ୍ଗା କାଚ ଜିନିଷ ଆଉ ସେଥିରେ ଭାଷୁଥିଲା ମୋ ଝିଅର ଚେହେରା, ମିତାର ନିରସ ଆଖି ଆଉ ମୋ ପୁଅର ଟ୍ରେନ୍ରେ କଟି ପଡିଥିବା ଶରୀର……. ।
ଅନାମିକା ଦାସ
ମୋ- ୭୦୦୮୩୯୬୬୫୪