ଓସ୍ତପୁର ସମବାୟ ସମିତିର ପ୍ରାକ୍ତନ ସମ୍ପାଦକଙ୍କ ଦ୍ୱାଦଶାହରେ ଶ୍ରଦ୍ଧାଞ୍ଜଳି ସଭା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ପ୍ରାଥମିକ କୃଷି ସେବା ସମବାୟ ସମିତିର ପ୍ରାକ୍ତନ ସମ୍ପାଦକ ସ୍ୱର୍ଗତ ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ଦ୍ୱାଦଶାହ ଅବସରରେ ତାଙ୍କ ଓସ୍ତପୁର ସ୍ଥିତ ବାସଭବନରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ସମିତିର ପ୍ରାକ୍ତନ ସଭାପତି ଫକୀର ଚରଣ ଖଟୁଆ, କଂସାର ପଞ୍ଚାୟତର ସରପଞ୍ଚ ସରୋଜିନୀ ନାୟକ, ସମିତି ସଭ୍ୟ ସରୋଜରଞ୍ଜନ ଜେନା, ସମାଜସେବୀ ନିରଞ୍ଜନ ପରିଡା, ପୁତ୍ର ଶ୍ରୀଧର ନାୟକ, ଚକ୍ରଧର ନାୟକ, ବିଜୟ କୁମାର ନାୟକ, ମନୋଜ ନାୟକ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ନାୟକଙ୍କ ସ୍ମୃତିଚାରଣ କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।


