ଭସାଣି ଶୋଭାଯାତ୍ରା ବେଳେ ଉତ୍ତେଜନା

ବାଲେଶ୍ଵର, (ସରୋଜ ପଣ୍ଡା) : ଗତକାଲି ବିଳମ୍ବିତ ରାତିରେ ଭସାଣି ଶୋଭାଯାତ୍ରା ବେଳେ ପ୍ରଶାସନ ପକ୍ଷରୁ ମାଇକ ବନ୍ଦ କରାଯିବା ଘଟଣାକୁ କେନ୍ଦ୍ର କରି ସିନେମା ଛକ ଠାରେ ଉତ୍ତେଜନା ଦେଖା ଯିବାରୁ ପୋଲିସ ମୃଦୁ ଲାଠିଚାଳନା କରିଥିଲେ। ଉତ୍ୟକ୍ତ ଶୋଭାଯାତ୍ରାକାରି ଦୂରକୁ ଯାଇ ପୋଲିସ ଉପରକୁ ଟେକା ପଥର ମାଡ କରିଥିଲେ।ତେବେ ଏହି ଟେକା ପଥର ମାଡ଼ରେ ତିନିଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ଦୁଇଜଣ ଜନସାଧାରଣ ଆହତ ହୋଇଥିବାର ଜଣାପଡିଛି।ତେବେ ବିଳମ୍ୱିତ ରାତି ପର୍ଯ୍ୟନ୍ତ ମାଇକ ନବଜାଇବା ପାଇଁ ପ୍ରଶାସନ ପକ୍ଷରୁ କଡାକଡି ନିୟମ ପାଳନ କରି ପୋଲିସ ମାଇକ ବନ୍ଦ କରିଥିଲା। ଟାଉନ ହଲ ପଟୁ ଆସୁଥିବା ମାଣିଖମ୍ବ ମେଢ଼ ସିନେମା ଛକ ଠାରେ ରାତି ସାଢେ଼ ବାରଟା ପହଞ୍ଚି ଥିବା ବେଳେ ପୋଲିସ ତାଙ୍କର ମାଇକ ସାଉଣ୍ଡ ସିଷ୍ଟମ ବନ୍ଦ କରି ଛିଡ଼ା ହୋଇ ରହିଥିଲା।ଭସାଣି ଶୋଭାଯାତ୍ରା କାରୀ ସେହି ସ୍ଥାନ ଛାଡି ଯାଇ ନଥିଲେ।ରାତି ପ୍ରାୟ ଗୋଟାଏ ବେଳେ ଉତ୍ତେଜନା ଦେଖା ଯିବାରୁ ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ତଥା ସେଠାରେ ଭିଡ଼କୁ ଭାଙ୍ଗିବା ପାଇଁ ମୃଦୁ ଲାଠିଚାଳନା କରିଥିଲେ।ତେବେ ଦୂର କୁ ଯାଇ ଉତ୍ୟକ୍ତ ଭସାଣି ଶୋଭାଯାତ୍ରାକାରୀ ମାନେ ପୋଲିସ ଉପରକୁ ଟେକାପଥର ମାଡ଼ କରିଥିଲେ।ପରେ ଶାନ୍ତି କମିଟିର ସଦସ୍ୟ,ପୂଜା କମିଟିର ଦୁଇଜଣ ସଦସ୍ୟ ଏସପି ଙ୍କ ସହ ଆଲୋଚନା କରି ପୋଲିସ ସହାୟତାରେ ମେଢ଼ ଆଗକୁ ନେଇ ବାଲିଘାଟ ଠାରେ ବିସର୍ଜନ କରିଥିଲେ। କଲେଜ ରୋଡ ପଟୁ ଆସୁଥିବା ମେଢ଼ ଗୁଡ଼ିକ ମଧ୍ୟ ମାଇକ ବନ୍ଦ କରି ପୋଲିସ ସହାୟତାରେ ସିନେମା ଛକ ଅତିକ୍ରମ କରି ବିସର୍ଜନ ପାଇଁ ଯାଇଥିଲା।ରାତି ଚାରିଟାରେ ଶେଷ ମେଢ଼ ସିନେମା ଛକ ମେଢ଼ ବିସର୍ଜନ ପାଇଁ ଯାଇଥିଲା।ଘଟଣା ସ୍ଥଳରେ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ଶିନ୍ଦେ,ଆଇଜି ହିମାଂଶୁ ଲାଲ , ଏସପି ସାଗରିକା ନାଥ,ଉପଜିଲ୍ଲାପାଳ କୁନାଲ ଚୌହାନ ମୋତିରାମ,ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ରଶ୍ମି ରଞ୍ଜନ ଦଳବେହେରାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ସ୍ଥିତି କୁ ଅନୁଧ୍ୟାନ କରିବା ସହ ଶେଷ ପର୍ଯ୍ୟନ୍ତ ସିନେମା ଛକ ଠାରେ ରହି ଭସାଣି ସମ୍ପନ୍ନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ