ବାଲେଶ୍ବର ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଭାରତୀୟ ସେନବାହିନୀର ଅଗ୍ନିବୀର ପଦବୀ ନିମନ୍ତେ ଚୟନ ପ୍ରକ୍ରିୟା

ବାଲେଶ୍ବର, (ସରୋଜ ପଣ୍ଡା):ବାଲେଶ୍ବର ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ସେନା ଚୟନ କାର୍ଯ୍ୟାଳୟ, କଟକଙ୍କ ଦ୍ବାରା ଭାରତୀୟ ସେନା ବାହିନୀର ଅଗ୍ନିବୀର୍ ପଦବୀ ନିମନ୍ତେ ଚୟନ ପ୍ରକ୍ରିୟା ବାଲେଶ୍ବର ରିଜର୍ଭ ପୋଲିସ ପଡିଆଠାରେ ତା ୦୧.୧୧.୨୦୨୩ ରିଖ ଠାରୁ ଆରମ୍ଭ ହୋଇ ତା ୦୫.୧୧.୨୦୨୩ ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।ଉପରୋକ୍ତ ଚୟନ ପ୍ରକ୍ରିୟାରେ ବିଭିନ୍ନ ଜିଲ୍ଲାରୁ ଆସି ଯୋଗଦେବାକୁ ଥିବା ପ୍ରାର୍ଥୀମାନଙ୍କ ରାତ୍ରୀ ରହଣୀ ପାଇଁ ବାଲେଶ୍ବର ବସ୍ ଷ୍ଟାଣ୍ଡ ଭିତରେ ଥିବା ପ୍ରଥମ ମହଲା ସରକାରୀ କୋଠାରେ ଦେୟମୁକ୍ତ ରହଣୀର ବ୍ୟବସ୍ଥା କରାଯାଇଅଛି। ପ୍ରାର୍ଥୀ ମାନେ ରାତ୍ର ସମୟରେ ଇତସ୍ତତଃ ଭ୍ରମଣ ନକରି ବସ୍ ଷ୍ଟାଣ୍ଡ ସ୍ଥିତ ସରକାରୀ କୋଠାରେ ରାତ୍ରିଯାପନ କରିବାକୁ ପ୍ରଶାସନ ତରଫରୁ ଅନୁରୋଧ କରାଯାଉଛି। ବସ୍ ଷ୍ଟାଣ୍ଡ ଠାରୁ ଓଭର୍ ବ୍ରିଜ, ଫକିରମୋହନ ଗୋଲେଇ, ଷ୍ଟେସନ ଛକ ଅତିକ୍ରମ କରି ପୋଲିସ ଲାଇନ୍ ଛକ ନିକଟସ୍ଥ ବାମ ପାର୍ଶ୍ବରେ ଅବସ୍ଥିତ ରିଜର୍ଭ ପୋଲିସ ପଡିଆଠାରେ ନିର୍ଦ୍ଧାରିତ ସମୟରେ ପ୍ରାର୍ଥୀ ମାନେ ଯୋଗଦେବାକୁ ମଧ୍ୟ ଜିଲ୍ଲା ପ୍ରଶାସନ ତରଫରୁ ଅନୁରୋଧ କରାଯାଉଛି।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ