ସମବାୟ ସମିତି ବଞ୍ଚାଅ ଦାବୀରେ ଟିଲୋ ସମିତି ଆଗରେ କୃଷକ ସଭାର ଗଣଧାରଣା

ବନ୍ତ, (ଚାନ୍ଦିନୀ ମହାନ୍ତି) : ଅଖିଳ ଭାରତ କୃଷକ ସଭା ପକ୍ଷରୁ ଦେଶବ୍ୟାପୀ କୃଷି ବଞ୍ଚାଅ, କୃଷକ ବଞ୍ଚାଅ, ସମବାୟ ସମିତି ବଞ୍ଚାଅ ଆହ୍ୱାନରେ ଗଣଧାରଣା ଓ କୃଷକ ମାନଙ୍କର ବହୁବିଧ ସମସ୍ୟାକୁ ନେଇ ପ୍ରତିବାଦ ଚାଲିଥିବା ବେଳେ ବନ୍ତ ବ୍ଲକ ଅଖିଳ ଭାରତ କୃଷକ ସଭା ଟିଲୋ ଶାଖା କମିଟି ପକ୍ଷରୁ ଟିଲୋ ସେବା ସମବାୟ ସମିତି ସମ୍ମୁଖରେ କାଶିନାଥ ସାହୁଙ୍କ ସଭାପତିତ୍ୱରେ ଗଣଧାରଣା ଓ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ କୃଷକ ସଭାର ବ୍ଲକ ସଭାପତି ଫକୀର ଚରଣ ବିଶ୍ୱାଳ, ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ରମେଶ ଜେନା, ସୁବାଷ ଚନ୍ଦ୍ର ବେହେରା, ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ଭାସ୍କର ଚନ୍ଦ୍ର ବେହେରା, ରମାକାନ୍ତ ସାହୁ, ନିରଞ୍ଜନ ନାୟକ, ଜୟନ୍ତ ଜେନା, ରବିନ୍ଦ୍ର ସେଠୀ, କିଶୋର ବେହେରା, ଅନିରୁଦ୍ଧ ଜେନା, କୃଷ୍ଣ ଚନ୍ଦ୍ର ଜେନା, ଧନେଶ୍ୱର ଜେନା, ବିଷ୍ଣୁ ଚରଣ ଜେନା, ସଞ୍ଜୟ ସାମଲ, ଦୀଲିପ ନାୟକ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀ ବିରୋଧି ନୀତିକୁ ପରିହାର କରିବା ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ କୃଷକ ବିରୋଧି ସମବାୟ ଆଇନକୁ ରାଜ୍ୟ ସରକାର ଲାଗୁ ନକରିବା, ସ୍ୱାମୀନାଥନ କମିଶନ କାର୍ଯ୍ୟକାରୀ କରିବା, ଧାନ କୁଇଁଣ୍ଟାଲ ୩୫ ଶହ ଟଙ୍କା ଧାର୍ଯ୍ୟ କରିବା, ୬୦ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ପୁରୁଷ ଓ ମହିଳା କୃଷକ ଓ କୃଷି ଶ୍ରମିକ ମାନଙ୍କୁ ମାସିକ ୫ହଜାର ଟଙ୍କା ପେନ୍‌ସନ ଦେବା, କୃଷି ଉପକରଣ, ସାର, ବିହନ ଓ ପୋକମରା ଔଷଧର ସବସିଡ୍ ପ୍ରାଇଭେଟ ଡିଲର ମାନଙ୍କୁ ନ ଯୋଗାଇ ପୂର୍ବଭଳି ବ୍ଲକ, ପଞ୍ଚାୟତ କିମ୍ବା ସମବାୟ ସମିତି ଜରିଆରେ ଯୋଗାଇ ଦେବା, ଭାଗ ଚାଷୀଙ୍କୁ ଧାନବିକ୍ରି ପାଇଁ ସୁଯୋଗ ଦେବା, କୃଷି କ୍ଷେତ୍ର ପାଇଁ ଆବଶ୍ୟକ ବିଜୁଳିକୁ ମାଗଣାରେ ଯୋଗାଇ ଦେବା, ସମସ୍ତ କୃଷି ଋଣ ଛାଡ କରି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପ୍ରଦାନ କରିବା, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ନିର୍ମାଣ କରିବା, ଆବଶ୍ୟକ ସ୍ଥଳେ ପଞ୍ଚାୟତ କିମ୍ବା ସବସେଣ୍ଟରରେ ଧାନ ମଣ୍ଡି ଖୋଲିବା, ଭୂମିହୀନ କୃଷି ଶ୍ରମିକ ମାନଙ୍କୁ ଜମି ପଟ୍ଟା ସହିତ ୧୦ ଡିସିମିଲ ଜାଗା ଯୋଗାଇଦେବା, ସମସ୍ତ କେନାଲରେ ଆଉଟ୍‌ଲେଟ ନିର୍ମାଣ କରି ଚାଷ ଜମିକୁ ଜଳ ଯୋଗାଇ ଦେବା ଆଦି ୧୨ ଦଫା ଦାବୀ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସମିତିର ସଂପାଦକ ନିତ୍ୟାନନ୍ଦ ନାୟକଙ୍କୁ ପ୍ରଦାନ କରାଯାଇଥିଲା । ଗଣଧାରଣାରେ ଅଭିମନ୍ୟୁ ଜେନା, କାର୍ତ୍ତିକ ଚନ୍ଦ୍ର ଜେନା, କ୍ଷେତ୍ରବାସୀ ଦାସ, କୈଳାସ ସାହୁ, ରବିନ୍ଦ୍ର ପାତ୍ର, ନିରଞ୍ଜନ ସାହୁ, କୃଷ୍ଣ ଚନ୍ଦ୍ର ଜେନା, ନାରାୟଣ ଜେନା, ହରିହର ସାମଲ, ନିରଞ୍ଜନ ସାମଲ, ରବିନାରାୟଣ ଲେଙ୍କା, ଧନେଶ୍ୱର ଖୁଣ୍ଟିଆ, ଦିଗମ୍ବର ପାଗଳ, ସୁରେନ୍ଦ୍ର ନାୟକ, ଅକ୍ଷୟ ଲେଙ୍କାଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ