କୃଷକ ମୋର୍ଚ୍ଚାର ପ୍ରଥମ ଜିଲ୍ଲା କାର୍ଯ୍ୟ କାରିଣୀ ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ର ଏର୍ଦେଲା ସାହି ସ୍ଥ ବିଜେପି କାର୍ଯ୍ୟାଳୟରେ ବିଜେପି କୃଷକ ମୋର୍ଚ୍ଚା ର ପ୍ରଥମ ଜିଲ୍ଲା କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ସଭାପତି ତଥା ପାରଳା ବିଧାୟକ କେ ନାରାୟଣ ରାଓ ଙ୍କ ଅଧ୍ୟକ୍ଷତା ଏବଂ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଶାନ୍ତ ପାଳ ଙ୍କ ପରିଚାଳନା ରେ ମୁଖ୍ୟ ଅତିଥି ରୂପେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ , ରାଜ୍ୟ କିଶନ ମୋର୍ଚ୍ଚା ସାଧାରଣ ସଂପାଦକ ଉପେନ୍ଦ୍ର ଭଞ୍ଜ, ରାଜ୍ୟ ସଂଯୋଜକ ଡ଼ଃ ଜଗନ୍ନାଥ ମହାପାତ୍ର, ରାଜ୍ୟ ସଂଯୋଜକ କୃଷକ ମୋର୍ଚ୍ଚା ଉତ୍ତମ ପାଣିଗ୍ରାହୀ, ରାଜ୍ୟ କାର୍ଯ୍ୟକାରିଣୀ ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ଗଜେନ୍ଦ୍ର ଚୌଧୁରୀ ପ୍ରମୁଖ ମଞ୍ଚସ୍ଥ ହୋଇ ଆଜିର ଏହି କାର୍ଯ୍ୟ କାରିଣୀ ବୈଠକ ସମ୍ପର୍କ ବିଷୟରେ ଆଲୋଚନା କରିଥଲେ। ଏହି ଅବସରରେ ମୋଦୀ ସରକାରଙ୍କ ଅମଳରେ ଚାଷୀଙ୍କ ପାଇଁ ହୋଇ ଥିବା ବିଭିନ୍ନ ଯୋଜନା ବିଭିନ୍ନ ଚାଷୀ ଉଦ୍ଧେଶ୍ୟରେ କରାଯାଇଥିବା ପ୍ରକଳ୍ପ ଗୁଡ଼ିକର ବିବରଣୀ ଦେଇ ଆଲୋଚନା କରଯାଇଥିଲା। ଏଥି ସହ ଗଜପତି ଜିଲ୍ଲା ରେ ହୋଇଥିବା ଫସଲ ମରୁଡ଼ି କୁ ନେଇ ରାଜ୍ୟ ସରକାରଙ୍କ ସମାଲୋଚନା କରିବା ସହ କିପରି ଚାଷୀଙ୍କୁ ସହଯୋଗ ମିଳିବ ସେ ନେଇ ଅଟିଥି ମାନେ ନିଜ ବିଚାର ରଖିଥିଲେ। ଏହି କାର୍ଯ୍ୟକ୍ରମ ରେ ବହୁ ବିଜେପି ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ