ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବୁଗୁଡା, (ଅନିଲ କୁମାର ମହାରଣା) : ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନଭେମ୍ବର ୨ ତାରିଖ ଦିନ ଗଞ୍ଜାମ ଜିଲ୍ଲା ଓ ସୁବର୍ଣ୍ଣପୁର ଜିଲ୍ଲାରେ ଭିଡିଓ କନଫେରାନ୍ସ ମାଧ୍ୟମରେ “ଆମ ଓଡ଼ିଶା ନବୀନ ଓଡିଶା” କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। “ଫାଇଭି ଟି” ଓ “ଆମ ଓଡ଼ିଶା ନବୀନ ଓଡ଼ିଶା”ର ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ଗଞ୍ଜାମ ଜିଲ୍ଲାରେ ୨୫୧.୫୦ କୋଟି ଟଙ୍କାରେ ୫୭୦୬ ଗୋଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ବୋଲି ଘୋଷଣା କରିଥିଲେ। ସେଥି ମଧ୍ୟରୁ ବୁଗୁଡା ବ୍ଳକର ୨୧ ଟି ପଞ୍ଚାୟତକୁ, ପ୍ରତି ପଞ୍ଚାୟତାକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ମୋଟ ୧୦.୫୦ କୋଟି ଟଙ୍କା ଖର୍ଚ୍ଚରେ ୨୧୬ ପ୍ରକଳ୍ପ କରାଯିବା ନେଇ ମଧ୍ୟ ଶ୍ରୀ ପାଣ୍ଡିଆନ ପ୍ରକାଶ କରିଥିଲେ। ବୁଗୁଡା ବ୍ଳକ ବିଡ଼ିଓ ସନ୍ତୋଷ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପିପୁଲସ ହାଇ ସ୍କୁଲ ମିନି ଷ୍ଟାଡିୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀକାନ୍ତ ସାହୁ ଯୋଗଦେଇ “ଆମ ଓଡ଼ିଶା ନବୀନ ଓଡିଶା” ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାର ଗ୍ରାମାଞ୍ଚଳର ରୂପାନ୍ତରିତ ଓ ବିକାଶ, ଲୋକଙ୍କୁ ସୁସ୍ଥ ଓ ସୁରକ୍ଷିତ ରଖିବା, ଯୁବ ପିଢିଙ୍କୁ ଶିକ୍ଷିତ ଓ ଦକ୍ଷ କରିବା ଏବଂ ଲୋକଙ୍କୁ ସଶକ୍ତ ଓ ସ୍ୱାବାଲମ୍ବୀ କରିବା ମୁଖ୍ୟ ଉଦ୍ଦେଶ୍ୟ ଅଟେ ବୋଲି ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶନୀ ଆଚାରୀ, ତହସିଲଦାର ତାପସ ରାଉତ, ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ଜିଲ୍ଲା ପରିଷଦ ମେମ୍ବର ବୃନ୍ଦ ସମିତା ସ୍ୱାଇଁ, ଗଙ୍ଗାପାଣି ଜେନା ଓ ଚାନ୍ଦିନୀ ନାୟକ, ପ୍ରତ୍ୟେକ ପଞ୍ଚାୟତର ସରପଞ୍ଚ ଓ ସମିତି ମେମ୍ବର ବୃନ୍ଦ ଏବଂ ସରକାରୀ କର୍ମଚାରୀ ଓ ଜନସାଧାରଣ ଉପସ୍ଥିତ ଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବୁଗୁଡା ପୋଲିସ ବାହିନୀ ମୁତୟନ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ