ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ, ଉନ୍ନତି ହେବ ୨୬ ପଞ୍ଚାୟତ ।
ପୋଲସରା, (ଅନିଲ କୁମାର ମହାରଣା) : ରାଜ୍ୟ ସରକାରଙ୍କ ଗ୍ରାମାଭିମୂଖୀ ମଙ୍ଗଳକାରୀ ଯୋଜନା “ଆମ ଓଡିଶା ନବୀନ ଓଡିଶା” ମାଧ୍ୟମରେ ନୂତନ ଓଡିଶା, ସଶକ୍ତ ଓଡିଶା ଗଠନରେ ଭିତ୍ତିଭୂମିକୁ ସୁଢୃଢ କରିବା ପାଇଁ ଆରମ୍ଭ ହୋଇଛି ଏହି ଅଭିଯାନ। ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରଗତିଶୀଳ ହେବ ପ୍ରତ୍ୟେକ ପଞ୍ଚାୟତ ର ସମସ୍ତ ଗାଁ। ଆଜି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓ “ଫାଇଭି ଟି ଓ “ଆମ ଓଡ଼ିଶା ନବୀନ ଓଡିଶା” ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଭୁବନେଶ୍ୱର ଠାରେ ଭିଡିଓ କନଫ୍ରେନ୍ସ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଜରିଆରେ ଗଞ୍ଜାମ ଓ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଗ୍ରାମର ରୁପାନ୍ତରିକରଣ ପାଇଁ ଶୁଭାରମ୍ଭ କରିଥିଲେ। ପୋଲସରା ବ୍ଳକର ଏହି କାର୍ଯ୍ୟକ୍ରମ ପୋଲସରା ବିଡ଼ିଓଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୋଲସରା ଲୁଣିଘାଟି ପଡିଆରେ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲା ପରିଷଦ ସଦସ୍ୟ ଅଶୋକ ବିଷୋୟୀ ଉଦବୋଧନ ଦେଇ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ଅଧ୍ୟକ୍ଷ ଭି କେ ପାଣ୍ଡିଆନ ନେଇଥିବା ଅଭିଯୋଗ ପତ୍ରକୁ ୭ ଦିନ ମଧ୍ୟରେ ୨୬ ଟି ପଞ୍ଚାୟତର ୨୭୯ ଟି ପ୍ରକଳ୍ପ ଅନୁମୋଦନ କରି ୧୩ କୋଟି ଟଙ୍କା ପୋଲସରା ବ୍ଲକକୁ ଦିଆଯାଇଛି। ଯାହା ଦ୍ୱାରା ଉତ୍ତମ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳଯୋଗାଣ, ଗମନାଗମନ, ଐତିହ୍ୟ ଓ ସଂସ୍କୃତିର ସୁରକ୍ଷା, ଇଣ୍ଟରନେଟର ସଂଯୋଗ, ବିଜ୍ଞାନ ପାର୍କ, ଦକ୍ଷତା ବିକାଶ କେନ୍ଦ୍ର ନିର୍ମାଣ, ଡିଜିଟାଲ ଭିତ୍ତିଭୂମି ର ବିକାଶ ହୋଇପାରିବ। “ଆମ ଓଡ଼ିଶା ନବୀନ ଓଡିଶା” ଦ୍ୱାରା ପୋଲସରା ଅଞ୍ଚଳର ଭିତ୍ତିଭୂମି ସୁଢୃଢ ହେବ ବୋଲି କହିଥିଲେ। କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଳକ ଅଧ୍ଯକ୍ଷା କଳ୍ପନା ପ୍ରଧାନ, ଉପାଧ୍ୟକ୍ଷ କାହ୍ନୁଚରଣ ପରିଡା, ବ୍ଳକ ବିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ, ସରପଞ୍ଚ ଭଗବାନ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ବିକ୍ରମ କୁମାର ନାୟକ, ବିଧାୟକ ପ୍ରତିନିଧି ସୁକାନ୍ତ ଭୂୟାଁ, ସଂଯୁକ୍ତା ବାଢତ୍ଯା ସମେତ ସମସ୍ତ ସରପଞ୍ଚ, ସମିତି ମେମ୍ବର ଯୋଗଦେଇଥିଲେ। ତହସିଲଦାର ରୁବି ବେହେରା, ଅତିରିକ୍ତ ବିଡ଼ିଓ ଧର୍ମରାଜ ପରିଡା,ଏନ୍ଏସି କାର୍ଯ୍ଯନିର୍ବାହି ଅଧିକାରୀ ଋଷି ମାଝୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।ଏବଂ ଥାନାଧିକାରୀ କୌଶିକ ମାଝୀ ଓ ତାଙ୍କ ସହକର୍ମୀ ସୁରକ୍ଷାର ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରିଥିଲେ।


