ଲକ୍ଷ୍ମୀନାରାୟଣ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ
ହାଟଡିହିି, (ବିକାଶ ବିଶ୍ୱାଳ ) : ଲକ୍ଷ୍ମୀନାରାୟଣ ସାହିତ୍ୟ ସଂସଦ ମରୈଗାଁର ୬ଷ୍ଠ ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ ଓ କବିତା ପାଠୋତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ପ୍ରତିମା ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପସଭାପତି ନିର୍ମଳ ଚନ୍ଦ୍ର ବାରିକ, ସ୍ତମ୍ବକାର ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ଶିଶୁ ସାହିତ୍ୟିକ ରତ୍ନାକର ଦାସ, କୃଷ୍ଣଚନ୍ଦ୍ର ପଣ୍ଡା, ସୁ ସାହିତ୍ୟିକ ଚତୁର୍ଭୁଜ ପହି ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ସମ୍ପାଦକ ସୁଦାମ ଚରଣ ଜେନା ସମ୍ପାଦକୀୟ ବିବରଣୀ ପାଠ କରିବା ସହିତ ଆଗାମି ବାର୍ଷିକ ଉତ୍ସବ ସମ୍ପର୍କରେ ସୁଚନା ପ୍ରଦାନ କରିଥିଲେ । ଏହି ଅବସରରେ ଦିପ୍ତି ଦେବଦର୍ଶନୀ ସୁତାର, ଚତୁର୍ଭଜ ପହିଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ସୁରେନ୍ଦ୍ର କୁମାର ପରିଡା, ଅନନ୍ତ ଚରଣ ମୁଦୁଲି, ତିଳୋତ୍ତମା ସା, କିର୍ତ୍ତନ ଚରଣ ନାୟକ, ଗଣେଶ୍ୱର ମହାନ୍ତି, ଗୌରାଙ୍ଗ ଚରଣ ଆୟଚ, ବଳରାମ ଜେନା, ଧ୍ରୁବାନନ୍ଦ ସେଠୀ, ବନମାଳୀ ଜେନା, ଅଭୟ କୁମାର ସାମଲ, ହେମନ୍ତ କୁମାର ନାୟକ, ନାରାୟଣ ଚନ୍ଦ୍ର ସାହୁ, ଶ୍ରୀକାନ୍ତ ପଣ୍ଡା, ବୃନ୍ଦାବନ ପଣ୍ଡା, ତୈଲୋକ୍ୟନାଥ ଜେନା ପ୍ରମୁଖ କବିମାନେ ସେମାନଙ୍କ ସ୍ୱରଚିତ କବିତାମାନ ଆବୃତ୍ତି କରିଥିଲେ । ପରେ ଆସନ୍ତା ଫେବୃୟାରୀ ମାସ ୪ତାରିଖ ଦିନ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ ବୋଲି ସର୍ବ ସମ୍ମତ୍ତିକ୍ରମେ ନିଷ୍ପତି ହେବା ସହ ପ୍ରକାଶ ପାଉଥିବା ସଂସଦର ମୁଖପତ୍ର ‘ମରୁତ ମହକ’ ପାଇଁ ଲେଖା ପଠାଇବାର ସମୟ ନଭେମ୍ବର ୩୦ତାରିଖକୁ ଧାର୍ଯ୍ୟ କରାଯାଇଥିଲା । ଲେଖା ଗୁଡିକ ସୁଦାମ ଚରଣ ଜେନା, ସମ୍ପାଦକ- ଲକ୍ଷ୍ମୀନାରାୟଣ ସାହିତ୍ୟ ସଂସଦ, ମରୈଗାଁ, ହାଟଡିହି, କେନ୍ଦୁଝର ଠିକଣାରେ ପଠାିବାକୁ ସମ୍ପାଦକ ଅନୁରୋଧ କରିଛନ୍ତି ।