ଝଣଝଣା ଗ୍ରାମରେ ସର୍ପାଘାତରେ ମହିଳାଙ୍କ ମୃତ୍ୟୁ
ହାଟଡିହିି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ସୋସୋ ଥାନା ଅଧିନସ୍ଥ ଝଣଝଣା ଗ୍ରାମରେ ଜଣେ ମହିଳାଙ୍କ ସର୍ପାଘାତରେ ମୃତ୍ୟୁ ଘଟିଛି । ଖବରରୁ ଜଣାଯାଇଛି ଯେ ଗ୍ରାମର ସୂର୍ଯ୍ୟମଣି ବେହେରାଙ୍କ ପତ୍ନୀ ଝୁନୁରାଣୀ ବେହେରା(୪୦) ଆଜି ମଧ୍ୟାହ୍ନରେ ବିଲକୁ ଯାଇଥିବା ସମୟରେ କୌଣସି ଏକ ବିଷ।।କ୍ତ ସାପ କାମୁଡି ଦେଇଥିଲା । ସେ ଘରକୁ ଫେରି ଏକଥା ଜଣାଇବାପରେ ପରିବାର ଲୋକେ ତୁରନ୍ତ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଯାଇଥିଲେ । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।