ବଡାମ ଶାଳ ର ଉନ୍ନତିକରଣ କାର୍ଯ୍ୟ ର ଶୁଭ ଭୂମିପୂଜନ ଅନୁଷ୍ଠିତ
କରଞ୍ଜିଆ, (ଜିତେନ୍ଦ୍ର ରାଜ):ମୟୁରଭଞ୍ଜ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ତରଫରୁ ଯଶିପୁର ବ୍ଲକ ଅନ୍ତର୍ଗତ ପାଣ୍ଠ ଗ୍ରାମପଞ୍ଚାୟତ ର ପାଣ୍ଠ ଗ୍ରାମରେ କରଞ୍ଜିଆ ଆଇଟିଡିଏ ତରଫରୁ ଦୁଇଲକ୍ଷ ପଚାଶ ହଜାର ଟଙ୍କା ବ୍ୟୟ ରେ ନିର୍ମାଣ ହେବାକୁଥିବା ବାଥୂଡି ସମ୍ପ୍ରଦାୟର ଆରାଧ୍ୟ ବଡାମ ଠାକୁର ଙ୍କ ଶାଳର ଉନ୍ନତି କରଣ ର ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି ଭୂମିପୂଜନ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ରୂପେ ଯଶିପୁର ବ୍ଲକ୪୧ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟା ମିନତୀ ନାଏକ ଉପସ୍ଥିତ ହୋଇ ଶୁଭ ଦେଇଥିଲେ,ବାଥୁଡି ସମ୍ପ୍ରଦାୟ ର ଦେହୁରୀ ବିଦୂର ନାଏକ ପାରମ୍ପରିକ ରୀତିରେ ପୂଜାର୍ଚନା କରିବାପରେ ମୁଖ୍ୟଅତିଥି ମିନତୀ ନାଏକ ଭୂମିପୂଜନ ଓ ଶୁଭ ଦେଇଥିଲେ ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ଗପଞ୍ଚାୟତ ସଭାପତି ହୀରାଲାଲ ମହାନ୍ତ, ମୟୁରଭଞ୍ଜ-୨ବିଜେଡ଼ି ର ଜିଲ୍ଲା ସମ୍ପାଦକ ବିଶ୍ୱନାଥ ସାହୁ, ଗ୍ରାମର ବହୁ ମହିଳା ଏବଂ ପୁରୁଷ, ବିଜେଡ଼ି ର ୱାର୍ଡ କମିଟିର ସଭ୍ୟ ଜାପାନୀ ନାଏକ, ରଣଜିତ ମହାନ୍ତ ଉପସ୍ଥିତ ଥିଲେ ବାଥୂଡି ସମ୍ପ୍ରଦାୟର ଆରାଧ୍ୟ ବଡାମ ଠାକୁର ଙ୍କ ଶାଳର ଉନ୍ନତି ନିମନ୍ତେ ପାଣ୍ଠି ଯୋଗାଇ ଦେଇ ଥିବାରୁ ଜିଲ୍ଲା ପରିଷଦ ସଭ୍ୟା ମିନତୀ ନାଏକ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ଏବଂ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଦେବାଶିଷ ମାର୍ଣ୍ଡି, ଜଶିପୁର ପର୍ଯ୍ୟବେକ୍ଷକ ପ୍ରଫୁଲ ସିଂ କର୍ଡିନେଟର ଦେବାଶିଷ ମହାନ୍ତିଙ୍କୁ ଧନ୍ୟବାଦ ଜଣାଇଛନ୍ତି


