ଆମ ଓଡିଶା ନବୀନ ଓଡିଶା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଆମ ଓଡିଶା ନବୀନ ଓଡିଶାର ଉଦଘାଟନ ହୋଇଯାଇଛି । ବାଲିଗୁଡାର ସଭାଗୃହଠାରେ ଏହାକୁ ନେଇ ଏକ ଭିଡିଓ କନଫେରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧକ୍ଷ ଭିକେ ପାଣ୍ଡିଆନ କନ୍ଧମାଳ ଜିଲ୍ଲାରେ ୮୫କୋଟି୫୦ଲକ୍ଷ ବ୍ୟୟରେ ୨ହଜାର୦୯୯ଟି ବିଭିନ୍ନ ପ୍ରକଳ୍ପର ଶୁଭଉଦଘାଟନ କରିଛନ୍ତି ।ଏହି ଉଦଘାଟନୀ ରେ ବାଲିଗୁଡାର ୧୪ଟି ପଂଚାୟତକୁ ୫୦ଲକ୍ଷ ଟଙ୍କା ହିସାବରେ ୭କୋଟି ଟଙ୍କା ମଂଜୁର କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ସିନ୍ଦ୍ରିଗାଁ ପଂଚାୟତର ସରପଂଚ ରଘୁନାଥ ମଳିକ ମୁଖ୍ୟଅତିଥି ଭାବେ ଯୋଗଦେଇ ଭିଡିଓକନଫେରେନ୍ସରେ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କ ସହ କଥା ହୋଇ ଅଂଚଳବିଷୟରେ ଆଲୋଚନା କରିଥିଲେ । ବିଜେଡି ବ୍ଲକ ସଭାପତି ତଥା ବାଲିଗୁଡା ନିର୍ବାଚନ ମଣ୍ଡଳୀର ସଂଯୋଜକ ଟୁନା ଦାସ.ବ୍ଲକ ଅଧକ୍ଷା ମିଶାବତୀ ମଳିକ,ଏନଏସି ଅଧକ୍ଷ ଗୋବିନ୍ଦ ପ୍ରଧାନ ,ଉପାଦକ୍ଷା ଶାନ୍ତିଲତା ନାୟକ,ବିଧାୟକ ପ୍ରତିନିଧି ଅବନି କାନ୍ତ ନାୟକ,ଲୋକନାଥ ପାଢୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ବିଡିଓ ଅଚ୍ୟୁତା ନନ୍ଦ ଜାନି ଏହିକାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଏଥିରେ ହଜାରହଜାର ସଂଖ୍ୟାର ଜନସାଧାରଣ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ